ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍ ଓଡିଶା । ଜାଣନ୍ତୁ, କେଉଁଠି କେତେ ସମୟ ଖୋଲିବ ଦୋକାନ?

478

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ କମ ହୋଇଥିଲେ ମଧ୍ୟ ଆଜି ରାଜ୍ୟ ସରକାର ଆଂଶିକ ଲକଡାଉନକୁ ପୁଣି ଜୁଲାଇ ୧୬ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଅର୍ଥାତ ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ୍ ରହିବ ଓଡିଶା । ତେବେ ଏହି ଲକଡାଉନ୍ ପାଇଁ ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଥିବାବେଲେ କାଟାଗୋରୀ ‘ଏ’ରେ ୨୦ଟି ଏବଂ କାଟାଗୋରୀ ବି ରେ ୧୦ ଜିଲ୍ଲାକୁ ରଖିଛନ୍ତି । ତେବେ ନଜର ପକାନ୍ତୁ, କେଉଁ ଅଞ୍ଚଳରେ କେତେ ସମୟ ଖୋଲିବ ଦୋକାନ ବଜାର ।

ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ସଂକ୍ରମଣ କମ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୧୦ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସେହିପରି ଉଠାଦୋକାନୀ, ଚା ଦୋକାନ ଆଦି ରାଜ୍ୟରେ ଖୋଲିପାରିବ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ମଲ୍, ସିନେମା ହଲ ଆଦି ରାଜ୍ୟରେ ଏବେ ବି ବନ୍ଦ ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ଛୋଟ ସେଲୁନ୍ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଏବେ ଅନୁମତି ପ୍ରଦାନ କରିଛନ୍ତି । ହେଲେ ସ୍ପା ଓ ପାର୍ଲର ଆଦି ପୂର୍ବଭଳି ବନ୍ଦ ରହିବ । ଯେଉଁ ଜିଲ୍ଲାମାନଙ୍କରେ ଦୋକାନ ପତ୍ର ଯେତିକି ସମୟ ଖୋଲିବାକୁ ଅନୁମତି ଦିଆଯାଇଛି । ସେତିକି ସମୟ ଏହି ସେଲୁନ ଖୋଲିପାରିବ ।