କେଉଁ ଜିଲ୍ଲାରେ ଜାରି ରହିବ ସପ୍ତାହାନ୍ତ ସଟଡାଉନ? ଜାଣନ୍ତୁ ତାଲିକାରେ ଆପଣଙ୍କ ଜିଲ୍ଲା ରହିଛି କି?

527

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ସଂକ୍ରମଣ ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ଟି କାଟାଗୋରୀରେ ବିଭକ୍ତ କରି କଟକଣା ଲଗାଇଛନ୍ତି ସରକାର । କାଟାଗୋରୀ-ଏରେ ୨୦ ଜିଲ୍ଲା ଓ କାଟାଗୋରୀ-ବିରେ ୧୦ ଜିଲ୍ଲାକୁ ନେଇ ସରକାର କଟକଣା ଲଗାଇଛନ୍ତି । କାଟାଗୋରୀ-ଏରେ କଟକଣାକୁ ପୂର୍ବପେକ୍ଷା କୋହଳ କରାଯାଇଥିବା ବେଳେ କାଟାଗୋରୀ-ବିରେ କଟକଣା ଏତେଟା କୋହଳ ହୋଇନି ।

କାଟାଗୋରୀ-ଏରେ ଥିବା ଜିଲ୍ଲା ଗୁଡିକରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ନିଷ୍ପତି ନିଆଯାଇଛି । ସପ୍ତାହକ ୭ ଦିନ ଯାଏଁ ଏହି ସବୁ ଜିଲ୍ଲାରେ ଦୋକାନ ଖୋଲିପାରିବ । ଏହି ଜିଲ୍ଲା ଗୁଡିକରୁ ସପ୍ତାହାନ୍ତ ସଟଡାଉନକୁ ସରକର ଉଠାଇ ଦେଇଥିବା ବେଳେ ନାଇଟ କର୍ଫ୍ୟୁ କିନ୍ତୁ ପୂର୍ବବତ ଜାରି ରଖିଛନ୍ତି । ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । କିନ୍ତୁ ସପ୍ତାହାନ୍ତ ସଟଡାଉନ ନିଷ୍ପତି ଏହି ଜିଲ୍ଲା ଗୁଡିକରେ କୋହଳ କରାଯାଇଛି ।

ସେହିଭଳି କାଟାଗୋରୀ-ବିରେ ଥିବା ଜିଲ୍ଲା ଗୁଡିକରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । କିନ୍ତୁ ସପ୍ତାହକୁ ମାତ୍ର ୫ ଦିନ ପାଇଁ ଖୋଲାଯିବ ଦୋକାନ । କାଟାଗୋରୀ-ବିରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ପୂର୍ବଭଳି ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଦିନ ୨ଟା ପରେ ବିନା କାରଣରେ ବୁଲିଲେ କାର୍ଯର୍୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

କାଟାଗୋରୀ- ଏ
ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା

କାଟାଗୋରୀ-ବି
ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ