ପରଫ୍ୟୁମ୍ ବମ୍, ଛୁଇଁବା ମାତ୍ରେ ହେଉଛି ବ୍ଲାଷ୍ଟ । ଜମ୍ମୁ-କାଶ୍ମୀରରେ ନୂଆ ଷଡଯନ୍ତ୍ର କରୁଛନ୍ତି ଆତଙ୍କବାଦୀ

205

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ନୂଆ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଆତଙ୍କୀକୁ ପୋଲିସ କାବୁ କରିଥିବା ବେଳେ ଆତଙ୍କବାଦୀଙ୍କ ନୂଆ ଷଡଯନ୍ତ୍ର ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲକ୍ସର-ଏ-ତୋଏବା ପାଇଁ କାମ କରୁଥିବା ଏହି ଆତଙ୍କୀ ନିକଟରୁ ଏକ ପରଫ୍ୟୁମ୍ ବମ୍ ଜବତ ହୋଇଛି ।

ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଜବତ ହୋଇଥିବା ଏହି ପରଫ୍ୟୁମ୍ ବମକୁ କେହି ଛୁଇଁବା ମାତ୍ରେ ଏହା ଫାଟିଯାଉଛି । ଜମ୍ମୁକାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ କହିବା ଅନୁସରେ ଗତ ଜାନୁଆରୀ ୨୦ତାରିଖରେ ଗୋଟେ ସ୍ଥାନରେ ଆଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ କାହାର କୌଣସି କ୍ଷତି ହୋଇନଥିଲା କିନ୍ତୁ ଜାନୁଆରୀ ୨୧ ତାରିଖରେ ହୋଇଥିବା ବିସ୍ପୋରଣ ଅତି ଭୟଙ୍କର ଥିଲା । ଯେଉଁଥିରେ ୯ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି ।

ତେବେ ଜାନୁଆରୀ ୨୦ ଏବଂ ୨୧ତାରିଖରେ ବିସ୍ଫୋରଣ ହୋଇଥିବା ଆଇଡି ଅତି ଚାଲାକର ସହ ବନାଇଥିଲେ ଆତଙ୍କବାଦୀ । ଲୋକେ ବ୍ୟବହାର କରୁଥିବା ପରଫୁମ୍ କେନକୁ ନେଇ ସେଥିରେ ଆଇଡି ଖଞ୍ଜାଯାଇଥିଲା । ଏବଂ ଲୋକ ଚଳପ୍ରଚଳ କରୁଥିବା ରାସ୍ତାରେ ରଖିଦିଆଯାଇଥିଲା । କୌଣସି ବି ଲୋକ ପରଫ୍ୟୁମ୍ ଡବାରେ ଆଇଇଡି ଥିବା ଜାଣିପାରିନଥିଲେ । ତେଣୁ ପରଫ୍ୟୁମ୍ ଡବାକୁ ଛୁଇଁବା ମାତ୍ରେ ବଡ ବିସ୍ଫୋରଣ ହୋଇଥିଲା ।