ତାମିଲନାଡୁରେ ବଦଳିଲା ପାଣିପାଗ। ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବିଗିଡିଲା ସ୍ଥିତି।

153

କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ପାଣିପାଗରେ ପରିବର୍ତ୍ତନ ଆସିଛି । ରାଜଧାନୀ ଚେନ୍ନାଇ ସମେତ ତିରୁବରୁର ଏବଂ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷା ପରେ ଏହି ସବୁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ବୁଧବାର ରାତିରୁ ଲଗାତର ଭାବେ ବର୍ଷା କାରଣରୁ ସ୍କୁଲ-କଲେଜ ବନ୍ଦ ହେବାରେ ଲାଗିଛି । ତିରୁବରୁର ଜିଲ୍ଲାରେ ସ୍କୁଲ ବନ୍ଦ ହେବା ନେଇ ଘୋଷଣା କରାଯାଇଛି ।

ପାଣିପାଗ ବିଭାଗ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଜଣାଇଥିଲେ ଯେ ଦକ୍ଷିଣ ତାମିଲନାଡୁ ସମେତ ରାଜ୍ୟର ଉତ୍ତର ଅଂଶ ଏବଂ ପୁଡୁଚେରୀ, କରାଇକଲରେ ଫେବ୍ରୁଆରୀ ୨ରେ ପ୍ରବଳ ବର୍ଷା ହେବ । ବିଭାଗ ଅନୁସାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଡିପ୍ରେସନ କାରଣରୁ ତଟୀୟ ରାଜ୍ୟରେ ବର୍ଷା ହେଉଛି । ୧୯୭୧ ପରେ ଏହା ୯ ଥର ଯେତେବେଳେ ଜାନୁଆରୀ-ଫେବ୍ରୁଆରୀ ମାସରେ ପାଣିପାଗ ଏଭଳି ପରିବର୍ତ୍ତନ ହୋଇଛି ।