ନେପାଳର ଶାଳଗ୍ରାମ ଶିଳାରେ ହେବ ଶ୍ରୀରାମ, ମା’ ସୀତାଙ୍କ ମୂର୍ତ୍ତି । ଜାଣନ୍ତୁ ଏହାର ରହସ୍ୟମୟ ତଥ୍ୟ

421

କନକ ବ୍ୟୁରୋ:  ଅଯୋଧ୍ୟା ରେ ନିର୍ମାଣ ହେଉଥିବା ରାମ ମନ୍ଦିରରେ ପୂଜା ପାଇବେ ପୁରୁଷୋତ୍ତମ ଶ୍ରୀମରାମଙ୍କ ବାଳ ସ୍ୱରୂପ । ଏହି ମୂର୍ତ୍ତି ନିର୍ମାଣ ପାଇଁ ଆସିଛି ଦୁର୍ଲଭ ଶିଳା, ଯାହାର ଐତିହସିକ, ପୌରାଣିକ , ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି । ବିରଳ ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ଶ୍ରୀରାମ ଓ ମା’ ସୀତାଙ୍କ ଭବ୍ୟ ମୂର୍ତ୍ତି । ନେପାଳରୁ ଅଯୋଧ୍ୟା ଅଭିମୁଖେ କଡା ସୁରକ୍ଷା ଭିତରେ ଯାଉଛି ଏହି ବିଶାଳ ସ୍ୱତନ୍ତ୍ର ଶିଳା । ଏବେ ଏହି ଶିଳାକୁ ନେଇ ଚାରିଆଡେ ଚର୍ଚ୍ଚା ।

ସୂଚନା ମୁତାବକ, ଏହି ୨ଟି ବିରଳ ଶାଳଗ୍ରାମ ଶିଳାକୁ ନେପାଳରୁ ଅଣାଯାଇଛି । ଏହା ନେପାଳରୁ ବିହାର ପଟ ଦେଇ ଅଯୋଧ୍ୟା ଅଭିମୁଖେ ଅଣାଯାଉଛି । ଯେଉଁପଟ ଦେଇ ଯାତ୍ରା ହେଉଛି । ସେଠାରେ ଲୋକେ ଅଟକାଇ ପୂଜାଚ୍ଚନା କରୁଛନ୍ତି । ପବିତ୍ର ଶାଳଗ୍ରାମକୁ ନିକଟରେ ପାଇ ନିଜକୁ ଧନ୍ୟ ମନେ କରୁଛନ୍ତି ମନ୍ତ୍ରପାଠ, ଶ୍ରୀରାମ ଧ୍ୱନିରେ କମ୍ପୁଛି ପୁରା ପରିବେଶ । ନେପାଳର ପୁଣ୍ୟୋତୟା ନଦୀ ଗଣ୍ଡୁକି ନଦୀ ତଟରୁ ମିଳିଥିବା ଏହି ଶାଳଗ୍ରାମ ଶିଳା ଶହେ କି ଦୁଇ ଶହ ବର୍ଷର ନୁହେଁ ବରଂ ସାଢେ ୬ କୋଟି ବର୍ଷ ପୁରୁଣା । ଭୂତତ୍ତ୍ୱବିତ ଏହାର କାର୍ବୋନ୍ ଡେଟିଂ ଏହା ନିରୂପଣ କରିପାରିଛନ୍ତି ।

ଏହି ୨ ଶାଳଗ୍ରାମ ଶିଳାରେ ନିର୍ମାଣ କରାଯିବ ଶ୍ରୀରାମଙ୍କ ବାଳସ୍ୱରୂପ ଓ ମା’ ସୀତାଙ୍କ ପ୍ରତିମୂର୍ତ୍ତି । ରାମଲାଲାଙ୍କ ମୂର୍ତ୍ତି ୫ରୁ ସାଢେ ୫ ଫୁଟ ହେବାକୁ ସ୍ଥିର ହୋଇଛି । କୁହାଯାଉଛି ଶାସ୍ତ୍ର ଅନୁସାରେ ରାମଲାଲାଙ୍କ ମୂର୍ତ୍ତିର ଉଚ୍ଚତା ଏଭଳି କରାଯିବ ଯେପରି ରାମନବମୀ ଦିନ ସୂର୍ଯ୍ୟଙ୍କ କିରଣ ଶ୍ରୀରାମଙ୍କ ଶିଶୁ ରୂପର ସିଧା ମଥାରେ ପଡିବ ଏହାକୁ ଉଜ୍ଜ୍ୱଳମୟ କରିବ ।

ନେପାଳରୁ ଅଯୋଧ୍ୟକୁ ଆସୁଥିବା ଏହି ୨ ଶାଳଗ୍ରାମ ଶିଳାକୁ ବାଟ ସାରା ଭବ୍ୟ ସ୍ୱାଗତ କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି । ପ୍ରଥମେ ଏହି ଦୁଇ ଦର୍ଳଭ ଶିଳାକୁ ରୁଦ୍ରାଭିଷେକ କରାଯିବା ପରେ ଦୁଇଟ ଟ୍ରଲରରେ ସୁରକ୍ଷା ବଳୟ ଭିତରେ ଅଣାଯାଉଛି ।

ତେବେ ପ୍ରଶ୍ନ ଉଠୁଛି ଶ୍ରୀରାମଙ୍କ ମୂର୍ତ୍ତି ତିଆରି ପାଇଁ ଏହି ଶିଳା ବ୍ୟବହାର ହେବାର କାରଣ କ’ଣ? ଶାଳଗ୍ରାମ ଶିଳା ସାମାନ୍ୟ ନୁହେଁ । ଏହା ସ୍ୱୟଂ ଭଗବାନ୍ ବିଷ୍ଣୁଙ୍କ ସ୍ୱରୂପ ବୋଲି କୁହାଯାଏ । ଶାସ୍ତ୍ର ମୁତାବକ, ଶାଳଗ୍ରାମ ୩୩ ପ୍ରକାରର । ଥିରୁ ୨୪ ପ୍ରକାରର ଶାଳଗ୍ରମା ସ୍ୱୟଂ ଭଗବାନଙ୍କ ୨୪ ସ୍ୱରୂପ । ଯଦି ଶାଳଗ୍ରାମ କଳା ଓ ଗୋଲ ଆକୃତିର ହୋଇଥାଏ ତେବେ ତାକୁ ବାଳ ଗୋପାଳଙ୍କ ସ୍ୱରୂପ ଭାବେ ପୂଜା କରାଯାଏ । ଯଦି ତାହା ମାଛ ଆକୃତିର ହୋଇଥାଏ ତେବେ ତାକୁ ଭଗବାନଙ୍କ ମତ୍ସ୍ୟବତାର ଭାବେ ପୂଜା କରାଯାଏ । ସେହିପରି ବିଭିନ୍ନ ଶାଳଗ୍ରାମକୁ ଶ୍ରୀବିଷ୍ଣୁଙ୍କ ବିଭିନ୍ନ ସ୍ୱରୂପ ଭାବେ ପୂଜା କରାଯାଏ ।

ବିଶ୍ୱାସ ରହିଛି ଯେ, ମା’ ବୃନ୍ଦାବତୀ ଓ ଭଗବାନ୍ ଶାଳଗ୍ରାମଙ୍କ ମଧ୍ୟରେ ବିବାହ ହୋଇଥିଲା । ଅଧିକାଂଶ ଶାଳଗ୍ରାମ ନେପାଳର ପବିତ୍ର ଗଣ୍ଡୁକି ନଦୀର ମୁକ୍ତକାନ୍ତ କ୍ଷେତ୍ରରେ ମିଳିଥାଏ । ହିମାଳୟରୁ ପ୍ରବାହମାନ ପାଣି ନଦୀରେ ଖର ସ୍ରୋତରେ ବହିଯାଉଥିବାବେଳେ ଏହି ପଥର ଗୁଡିକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରେ । ଏହାର ରଙ୍ଗ ଦେଖିବାକୁ କଳା ରଙ୍ଗଏହା ବିଭିନ୍ନ ରଙ୍ଗର ମଧ୍ୟ ହୋଇଥାଏ । କୁହାଯାଏ ଯେଉଁଘରେ ଶାଳଗ୍ରାମ ପୂଜା କରାଯାଏ ସେଠାରେ ସ୍ନେହ, ଶ୍ରଦ୍ଧା, ରହିବା ସହ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ।

ସୂଚନା ମୁତାବକ, ୨୦୨୪ ମକର ସଂକ୍ରାନ୍ତି ସୁଦ୍ଧା ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଶେଷ ହୋଇ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯିବ ।