ଚଳିତ ବର୍ଷର ପ୍ରଥମ କୁହୁଡ଼ି ଦେଖିଲା କୋରାପୁଟ

93

କନକ ବ୍ୟୁରୋ : କୋରାପୁଟରେ ଦେଖିବାକୁ ମିଳିଛି ଚଳିତ ବର୍ଷର ପ୍ରଥମ କୁହୁଡ଼ି । ରାସ୍ତା ଘାଟ, ଜମିବାଡ଼ିରେ କୁହୁଡ଼ି ପଡ଼ି ରହିଛି । ସକାଳୁ ସକାଳୁ ପୁରା ଧୂଆଁଳିଆ ପରିବେଶ ରହିଛି । ଯୁଆଡ଼େ ଦେଖିବ ଖାଲି କୁହୁଡ଼ି ହିଁ କୁହୁଡ଼ି । କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଯାତୟତ ସମ୍ଭବ ହେଉନାହିଁ । ଅନ୍ୟପଟେ ପ୍ରାତଃଭ୍ରମରେ ଆସୁଥିବା ଲୋକେ ଏହି କୁହୁଡ଼ିର ମଜା ନେଉଥିବା ଦେଖିବାକୁ ମିଳିଛି ।