ଭାରତୀୟଙ୍କ ପ୍ରଶଂସାରେ ଶତମୁଖ ପୁଟିନ୍, କହିଲେ ‘ ଭାରତୀୟମାନେ ପରିଶ୍ରମୀ ଓ ପ୍ରତିଭାଶାଳୀ’

255

କନକ ବ୍ୟୁରୋ :  ପୁଣିଥରେ ଭାରତୀୟଙ୍କୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତୀୟଙ୍କୁ ଖୁବ୍ ପରିଶ୍ରମୀ କହିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରିତିଭାକୁ ପ୍ରଶଂସା କରିଛନ୍ତି । ନଭମ୍ବେର ୪ ତାରିଖରେ ଋଷର ‘ସଂହତି ଦିବସ’ ଉପଲକ୍ଷେ ସମ୍ବୋଧନ କରୁଥିବା ବେଳେ ଏପରି କହିଛନ୍ତି ।
ପୁଟିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିକାଶ କ୍ଷେତ୍ରରେ ଭାରତ ଚମତ୍କାର ସଫଳତା ହାସଲ କରିବ, ଏଥିରେ ସନ୍ଦେହ ନାହିଁ। ଭାରତର ପ୍ରାୟ ଦେଢ଼ଶହ କୋଟି ଜନତାଙ୍କ ପାଖରେ ଏଥିପାଇଁ ମେଧା ଓ ସାମର୍ଥ୍ୟ ରହିଛି ପୁଟିନ୍‌ ରୁଷୀୟ ଭାଷାରେ ଦେଇଥିବା ଉଦ୍‌ବୋଧନରେ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଅକ୍ଟୋବର ୨୭ ତାରିଖ ଦିନ ‘ଭାଲ୍‌ଦାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡିସ୍‌କସନ୍‌ କ୍ଲବ୍‌’ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିବା ସହିତ କହିଥିଲେ କି, ମୋଦି ଜଣେ ସଚ୍ଚା ଦେଶପ୍ରେମୀ। ସେ କହିଥିଲେ, ବିଶ୍ବରେ ସମସ୍ତଙ୍କଠାରୁ ଭାରତ ସ୍ବାଭାବିକ ସମ୍ମାନ ପାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଗତ କିଛି ବର୍ଷ ହେବ ଅନେକ କିଛି କରାଯାଇଛି। ସେ ତାଙ୍କ ଦେଶର ଜଣେ ସଚ୍ଚା ଦେଶଭକ୍ତ। ତାଙ୍କର ‘ମେକ୍‌ ଇନ୍‌ ଇଣ୍ଡିଆ’ ଚିନ୍ତାଧାରା ହେଉଛି ଗୋଟାଏ ଉଲ୍ଲେଖନୀୟ ଉଦ୍ୟମ। ବାସ୍ତବିକ, ଭାରତ ତା’ର ବିକାଶରେ ପ୍ରଗତି କରିଛି। ଭାରତର ଭବିଷ୍ୟତ ଉଜ୍ଜ୍ବଳ।