ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଜାଣନ୍ତୁ… କେତେ ତାରିଖରେ ପଡିବ ଭୋଟ, କେବେ ପ୍ରକାଶ ପାଇବ ଫଳାଫଳ

372

କନକ ବ୍ୟୁରୋ : ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୫ତାରିଖରେ ହେବ ମତଦାନ । ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର ।
ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଡିସେମ୍ବର ୫ତାରିଖରେ ଭୋଟ ପଡୁଥିବା ବେଳେ ଡିସେମ୍ବର ୮ତାରିକରେ ହେବ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏବଂ ନଭେମ୍ବର ୧୦ ତାରିଖରୁ ୧୭ତାରିଖ ଯାଏଁ ଚାଲିବ ନୋମିନେସନ୍ । ୭ଦିନ ଚାଲିବ ନୋମିନେସନ୍ ପ୍ରକ୍ରିୟା । ୧୮ ତାରିଖରେ ନାମାଙ୍କର ପତ୍ର ଯାଞ୍ଚ ହେବ ।
ଡିସେମ୍ବର ୫ତାରିଖରେ ମତଦାନ ଥିବା ବେଳେ ହାତରେ ମାତ୍ର ଗୋଟିଏ ମାସ ରହିଛି । ପ୍ରତି ରାଜନୈତିକ ଦଳ ପାଇଁ ପ୍ରାର୍ଥୀ ଚୟନ କରିବା ଏବଂ ପ୍ରଚାର ଚ୍ୟାଲେଞ୍ଜ ରହିବ । ତେବେ ପ୍ରାର୍ଥୀ ଚୟନ ପରେ ୨୧ତାରିଖରୁ ୩ ତାରିଖ ଯାଏ ପ୍ରଚାର ଚାଲିବ । ଲୋକଙ୍କ ନିକଟକୁ ଯାଇ ଭୋଟ ହାତେଇବାକୁ ପ୍ରୟାସ କରିବେ ନେତା ମନ୍ତ୍ରୀ ।