କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ବଟ ବୃକ୍ଷ ତଳେ ଏକାଠି ହୋଇ ପୂଜା କଲେ ଶଙ୍ଖା ସିନ୍ଦୁର

574

କନକ ବ୍ୟୁରୋ : ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି । ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ କିନ୍ନର ମାନେ ମଧ୍ୟ କରିଛନ୍ତି ଏହି ବ୍ରତ । ଭୁବନେଶ୍ୱର ପଳାସପଲ୍ଲୀରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ।

ବଟ ବୃକ୍ଷ ତଳେ ବହୁ ସଂଖ୍ୟାରେ କିନ୍ନର ଏକାଠି ହୋଇ ପୂଜା କରିଛନ୍ତି ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ ନିଜର ଗୁରୁ ତଥା ବିଶ୍ୱାସୀଙ୍କ ମଙ୍ଗଳ କାମନା କରି କିନ୍ନର ମାନେ ବ୍ରତ ପାଳନ୍ତି । ଏହି ସାବିତ୍ରୀ ବ୍ରତକୁ ସେମାନେ ଗୁରୁଶିଷ୍ୟ ପରମ୍ପରା ବୋଲି ମାନିଥାନ୍ତି । ଖାଲି ସେତିକି ନୁହେଁ ସେମାନେ ଗୁରୁଙ୍କୁ ହିଁ ତାଙ୍କର ପରିବାର ମାନନ୍ତି । ତେଣୁ ତାଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତ କରିଥାନ୍ତି । ମହିଳା ବ୍ରତଧାରୀମାନେ ଯେଉଁଭଳି ପୂଜା କରିଥାନ୍ତି ସମାନ ଢଙ୍ଗରେ କିନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳିଥାନ୍ତି ।