ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ । ଖେଳିବା ସମୟରେ ପୋଖରୀ ଭିତରକୁ ଖସିଗଲା ଗୋଡ

156

କନକ ବ୍ୟୁରୋ:  ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ । କୋରାପୁଟ ଲମତାପୁଟ ବ୍ଲକ ପିପଲପୁଟ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା ।

ଘର ପାଖରେ ଏକ ପୋଖରୀ ଖୋଳାଯାଇଥିବାବେଳେ ଦୁଇ ଭାଇ ଭଉଣୀ ଖେଳିବାକୁ ଯାଇ ସେହି ନିକଟରେ ଖେଳୁଥିଲେ । ଖେଳୁଥିବାବେଳେ ଗୋଡ ଖସିଯିବାରୁ ଦୁଇ ଭାଇ ଭଉଣୀ ପୋଖରୀ ଭିତରକୁ ଖସିପଡିଥିଲେ । ଘର ଲୋକ ଖୋଜାଖୋଜି କରିବା ପରେ ଦୁହିଁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଦୁଇଜଣଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ ଭାଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ ଜଣଙ୍କ ବୟସ ୫ ବର୍ଷ ବୋଲି ଜଣାପଡିଛି ।