ଚେନ୍ନାଇରୁ ଫେରିବା ପରେ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଲା ପୋଲିସ୍ । ଅଭିଯୋଗ ଆଧାରରେ ରେକର୍ଡ ହେଲା ବୟାନ

348

କନକ ବ୍ୟୁରୋ : ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ବୟାନ ପୋଲିସ ରେକର୍ଡ କରିଛି । ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇସାରିଛନ୍ତି । ଘଟଣାସ୍ଥଳରେ ଆମେ ଉପସ୍ଥିତ ନଥିବାରୁ ଅଭିଯୋଗ ଦାୟର କରିଥିଲୁ । ଚେନ୍ନାଇରୁ ଫେରିବା ପରେ ବୟାନ ଦେବା ପାଇଁ ପୋଲିସ କହିଥିଲା । ତେଣୁ ଆଇନ୍ ତା ବାଟରେ ଯିବ ବୋଲି ଆଶା କରୁଛି । ପ୍ରକୃତିଙ୍କ ବିରୋଧରେ ବ୍ଲାକମେଲ୍ ଅଭିଯୋଗ ଆସିଥିଲା ।

ବାବୁସାନ୍ ତାହାର ଉତ୍ତର ରଖି ସାରିଛନ୍ତି । ପ୍ରକୃତି ମିଶ୍ର ତାଙ୍କ ପରିବାର ସହିତ ଅଛନ୍ତି । ପରିବାର ସଦସ୍ୟଙ୍କ ସହ ଫଟୋ ଆସିବା ପରେ ସ୍ପଷ୍ଟ ହୋଇଯାଇଛି । ପ୍ରକୃତି ମିଶ୍ର ଏବେ ମାନସିକ ସ୍ତରରେ ଶାନ୍ତିରେ ଅଛନ୍ତି । ଆଉ ଏହାରିମଧ୍ୟରେ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର । ସେ କହିଛନ୍ତି ବାବୁସାନ୍ ତାଙ୍କ ପରିବାରକୁ ଫେରିଯାଆନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ ।