ବାବୁସାନ୍ ତାଙ୍କ ପରିବାରକୁ ଫେରି ଆସନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ : ମନ୍ମଥ ମିଶ୍ର

329

କନକ ବ୍ୟୁରୋ : ବାବୁ-ପ୍ରକୃତି ବିବାଦ । ଗଣମାଧ୍ୟମରେ ବଡ ବୟାନ ଦେଲେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର । ବାବୁସାନ୍ ତାଙ୍କ ପରିବାରକୁ ଫେରିଯାଆନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ । ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ବୟାନ ପୋଲିସ ରେକର୍ଡ କରିଛି । ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇସାରିଛନ୍ତି । ଘଟଣାସ୍ଥଳରେ ଆମେ ଉପସ୍ଥିତ ନଥିବାରୁ ଅଭିଯୋଗ ଦାୟର କରିଥିଲୁ ।

ଚେନ୍ନାଇରୁ ଫେରିବା ପରେ ବୟାନ ଦେବା ପାଇଁ ପୋଲିସ କହିଥିଲା । ତେଣୁ ଆଇନ୍ ତା ବାଟରେ ଯିବ ବୋଲି ଆଶା କରୁଛି । ପ୍ରକୃତିଙ୍କ ବିରୋଧରେ ବ୍ଲାକମେଲ୍ ଅଭିଯୋଗ ଆସିଥିଲା । ବାବୁସାନ୍ ତାହାର ଉତ୍ତର ରଖି ସାରିଛନ୍ତି । ପ୍ରକୃତି ମିଶ୍ର ତାଙ୍କ ପରିବାର ସହିତ ଅଛନ୍ତି । ପରିବାର ସଦସ୍ୟଙ୍କ ସହ ଫଟୋ ଆସିବା ପରେ ସ୍ପଷ୍ଟ ହୋଇଯାଇଛି । ପ୍ରକୃତି ମିଶ୍ର ଏବେ ମାନସିକ ସ୍ତରରେ ଶାନ୍ତିରେ ଅଛନ୍ତି ।