ଆଜି କେନ୍ଦ୍ର- ଚାଷୀ ସଂଗଠନର ଏକାଦଶ ବୈଠକ : ବାରମ୍ବାର ବୈଠକ ପରେ ବି ବାହାରୁନି ଫଳ; ୩ ଆଇନ୍ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ

ସେପଟେ ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ମିଳିଲାନି ଗ୍ରୀନ ସିଗ୍ନାଲ

85

କନକ ବ୍ୟୁରୋ : ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ୧୧ତମ ବୈଠକ ଅନୁଷ୍ଠିତ ହେବ । ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଦାବିରେ ଚାଷୀମାନେ ଅଟଳ ଥିବା ବେଳେ ସରକାର ଏହାକୁ ୧୮ ମାସଯାଏଁ ଟାଳିଦେବାକୁ ପ୍ରସ୍ତାବ ଦେଇଛନ୍ତି । ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି କୃଷକ ସଂଗଠନ । ଏନେଇ ଗତକାଲି ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ଜାନୁଆରୀ ୨୬ରେ ହେବାକୁ ଥିବା ଚାଷୀଙ୍କ ଟ୍ରାକ୍ଟର ରାଲିକୁ ମିଳିଲାନି ଗ୍ରୀନ୍ ସିଗ୍ନାଲ । ଦିଲ୍ଲୀ ପୁଲିସ ସହ ଚାଷୀଙ୍କ ଆଲୋଚନା ବିଫଳ ହୋଇଛି । ରାଜଧାନୀର ରିଂ ରୋଡରେ ରାଲି ବାହାର କରିବାକୁ ଅଡି ବସିଛନ୍ତି ଚାଷୀ । ସେପଟେ କେଏମପି ଏକ୍ସପ୍ରେସ ୱେରେ ରାଲି ବାହାର କରିବାକୁ ବିକଳ୍ପ ଭାବେ ପରାମର୍ଶ ଦେଇଛି ପୁଲିସ । ଯାହା ମାନିବାକୁ ନାରାଜ ଆନ୍ଦୋଳନରତ ଚାଷୀ ।