ଦୁଇଜଣ ଓଡିଆ ସାହିତ୍ୟିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସୂର୍ଯ୍ୟମଣି ଖୁଂଟିଆ ଓ ଗାୟତ୍ରୀ ସରାଫ ମନୋନୀତ ।

86

କନକ ବ୍ୟୁରୋ : ଓଡିଆ ସାହିତ୍ୟପ୍ରେମୀଙ୍କ ପାଇଁ ଖୁସି ଖବର । ଦୁଇଜଣ ଓଡିଆ ସାହିତ୍ୟିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସୂର୍ଯ୍ୟମଣି ଖୁଂଟିଆ ଓ ଗାୟତ୍ରୀ ସରାଫ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଅନୁବାଦ ସାହିତ୍ୟ ପାଇଁ ବିଶିଷ୍ଟ ସାହିତ୍ୟିକ ଓ ସମାଲୋଚକ କବି ଡକ୍ଟର ସୂର୍ଯ୍ୟମଣି ଖୁଂଟିଆଙ୍କୁ କେନ୍ଦ୍ରସାହିତ୍ୟ ଏକାଡେମି ପୁରଷ୍କାର ଦିଆଯିବ ।

ସେହିପରି କ୍ଷୁଦ୍ର ଗଳ୍ପ ସଙ୍କଳନ ଇଟା ଭାଟିର ଶିଳ୍ପୀ ପାଇଁ ଗାୟତ୍ରୀ ସରାଫଙ୍କୁ ମଧ୍ୟ ଏହି ପୁରଷ୍କାର ଦିଆଯିବ । ଏକାଡେମୀର ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଏହି ନିଷ୍ପତି ହୋଇଛି । ଯାଜପୁର ବେଗନା ଗାଁରେ ଜନ୍ମ ଗ୍ରହଣ କରିଥିବା ଡକ୍ଟର ଖୁଂଟିଆ ଦୀର୍ଘ ୫ ଦଶନ୍ଧି ଧରି ସାହିତ୍ୟ ସାଧନା ଜାରି ରଖିଛନ୍ତି । ସେ ଏକାଧିକ ପୁସ୍ତକ ରଚନା କରିବା ସହିତ ବିଭିନ୍ନ ଭାଷାରେ ଅନୁବାଦ କରିଛନ୍ତିି । ପୂର୍ବରୁ ତାଙ୍କୁ ସାହିତ୍ୟ ଏକାଡେମୀ ସମେତ ବହୁ ପୁରସ୍କାର ମିଳିଛି ।