ବିଜେପି ଉପରେ ବର୍ଷିଲେ କହ୍ନେୟା ! କହିଲେ, ମୋତେ ହିନ୍ଦୁ ବିରୋଧୀ କହି ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ।

37

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ନେଇ ଆଜିକାଲି ଜୋରଦାର ଚର୍ଚ୍ଚା ହେଉଛି । ବିହାରର ବେଗୁସରାୟ ଠାରେ କହ୍ନେୟା ବିଭିନ୍ନ କ୍ୟାମ୍ପ ମାନ କରୁଥିବାର ଦେଖାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାର ଗ୍ରୀନ ସିଗନାଲ ମିଳିବା ପରେ କହ୍ନେୟା କୁମାର ନିର୍ବାଚନ ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । କହ୍ନେୟାଙ୍କର ଫୋକସ ଦିଲ୍ଲୀରୁ ବାହାରି ଏବେ ବିହାରରେ ପହଞ୍ଚିଛି । କବାଡି ପ୍ରତିଯୋଗିତା ଠାରୁ ଆରମ୍ଭ କରି ରାଜନୈତିକ ଜନସଭା ପର୍ଯ୍ୟନ୍ତ ସବୁଠି କହ୍ନେୟା କୁମାରଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ଏହାରି ଭିତରେ ବିହାରରେ ମଧ୍ୟ ବିବାଦ ତାଙ୍କ ପିଛା ଛାଡୁନି ।

କହ୍ନେୟା କୁମାରଙ୍କ କହିବା କଥା, ତାଙ୍କୁ ବଦନାମ କରିବା ପାଇଁ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ର କରୁଛି । ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ କହିଛନ୍ତି ଏକ ସ୍ଥାନରୁ ସଭା କାର୍ଯ୍ୟକ୍ରମ ଶେଷ କରି ସେ ଫେରୁଥିଲେ । ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏବଂ ସେମାନେ ସମସ୍ତେ ଭାରତୀୟ ଜନତା ପାର୍ଟି ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଥିଲେ । କିଛି ଏପରି ଭାବେ ବିଜେପି ତାଙ୍କୁ ଟାର୍ଗେଟ କରୁଥିବା କହ୍ନେୟା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଭାରତୀୟ ଜନତା ପାର୍ଟି ତାଙ୍କୁ ବଦନାମ୍ କରିବା ପାଇଁ ଷଡଯନ୍ତ୍ର କରୁଥିବା କହ୍ନେୟା କହିଛନ୍ତି ।