କାଶ୍ମୀର ପଣ୍ଡିତ ହତ୍ୟା ମାମଲାରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ, ହତ୍ୟାକାରୀର ସ୍ତ୍ରୀଙ୍କ ସମେତ ୪ ଜଣଙ୍କର ଗଲା ଚାକିରି

487

କନକ ବ୍ୟୁରୋ : କାଶ୍ମୀର ପଣ୍ଡିତ ନରସଂହାର ମାମଲାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ନରସଂହାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଟା କରାଟେଙ୍କ ସ୍ତ୍ରୀ ସମେତ ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ସରକାର । କୁହାଯାଉଛି ଯେ କାଶ୍ମୀରେ ପଣ୍ଡିତମାନଙ୍କୁ ହତ୍ୟା କରିବା ମାମଲାରେ ବିଟା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ମୁତାବକ ବିଟା କରାଟେଙ୍କ ପତ୍ନୀ ଅସବାହା ଆରଜୁମନ୍ଦ ଖାନ, କାଶ୍ମୀର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମୁହିତ ଅହମ୍ମଦ ଭଟ୍ଟ, କାଶ୍ମୀର ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ମାଜିଦ ହୋସେନ କାଦରୀ ଓ ଆଇଟି ସୟେଦ ଅବ୍ଦୁଲ୍ଲା ମୁଇଦଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

ସୂତ୍ର ସୂଚନା ମୁତାବକ ବିଟା କରାଟେଙ୍କ ପତ୍ନୀ ଅସବାହ ୨୦୧୧ ବ୍ୟାଚର ଜେଏକେଏସ ଅଫିସର । ସେ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହ ସଂପର୍କ ରଖିଥିବା କାରଣରୁ ତାଙ୍କୁ ବହିସ୍କାର କରାଯାଇଛି । ଏହାସହ ୨୦୦୩-୨୦୦୭ ମଧ୍ୟରେ ସେ କାର୍ଯ୍ୟରେ ଅନୁପସ୍ଥିତ ରହି ସେହି ସମୟରେ ସେ ଜର୍ମାନୀ, ବ୍ରିଟେ ଓ ଶ୍ରୀଲଙ୍କା ଗସ୍ତ କରିଥିବା କଥା କୁହାଯାଇଛି ।

କହିରଖୁ ଯେ ବିଟା କରାଟେଙ୍କ ନାମ ‘ଦ କାଶ୍ମୀର ଫାଇଲ’ ସିନେମା ଆସିବା ପରେ ପୁଣି ଚର୍ଚ୍ଚାକୁ ଆସିଥିଲା । ବିଟା ଉପରେ ୨୦ ଜଣ ନିର୍ଦ୍ଦେଶ କାଶ୍ମୀର ପଣ୍ଡିତଙ୍କୁ ସାମୁହିକ ଭାବେ ହତ୍ୟା କରିବା ଭଳି ଅଭିଯୋଗ ରହିଛି । ହେଲେ ଏହି ମାମଲାରେ ତାଙ୍କୁ ଆଇନଗତ କୌଣସି ଦଣ୍ଡ ମିଳିନାହିଁ ।