ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା। ପ୍ରେସମିଟରେ ଘୋଷଣା କଲା ଦଳ ।

185

କନକ ବ୍ୟୁରୋ: ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ହୋଇଛନ୍ତି । ବିଜେପି ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା ହୋଇଛି । ପୂର୍ବରୁ ତାଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ଜୟନାରାୟଣଙ୍କ ନାଁ ଘୋଷଣା ହୋଇଛି । ସମ୍ବଲପୁରର ବିଧାୟକ ଅଛନ୍ତି ଜୟନାରାୟଣ । ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ଘୋଷଣା କରିଥିଲେ ।