କମନୱେଲଥ୍ ଗେମରେ ଭାରତକୁ ପ୍ରଥମ ମେଡାଲ: ଭାରୋତ୍ତଳନରେ ସଙ୍କେତ ମହାଦେବଙ୍କୁ ରୌପ୍ୟ ପଦକ

85

କନକ ବ୍ୟୁରୋ: ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମର ଆଜି ଦ୍ୱିତୀୟ ଦିନ । ରୌପ୍ୟ ପଦକ ସହ ଆଜି ଖାତା ଖୋଲିଛି ଭାରତ । ଭାରତକୁ ଏହି ପ୍ରଥମ ମେଡାଲ ଦେଇଛନ୍ତି ଷ୍ଟାର ଭାରୋତ୍ତଳକ ସଙ୍କେତ ମହାଦେବ ସରଗର । ସେ ୫୫ କେଜି ଇଭେଣ୍ଟର ଫାଇନାଲରେ ଏହି ଉପଲବଧି ପାଇଛନ୍ତି । ସଙ୍କେତ ଦ୍ୱିତୀୟ ରାଉଣ୍ଡର ଷଷ୍ଠ ପ୍ରୟାସରେ ୨୨୮ କିଲୋ ଗ୍ରାମ ଓଜନ ଉଠାଇ ସିଲଭର ମେଡାଲ ଜିତିଛନ୍ତି ।