୧୦ ବର୍ଷ ପୂର୍ବରୁ କ୍ୟାସ୍ କ୍ୱିନ୍ ଅର୍ପିତା ମୁଖାର୍ଜୀ ପାର୍ଥଙ୍କ ସହ ମିଶି କିଣିଥିଲେ ଫାର୍ମ ହାଉସ୍ ।

181

କନକ ନ୍ୟୁଜ୍ :ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଇଡି ଜାଲରେ ଫଶିଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସେମାନଙ୍କ ନାମରେ ଶାନ୍ତିନିକେତନରେ ୨୦ ଲକ୍ଷ ଟଙ୍କାର ଏକ ଫାର୍ମହାଉସ୍‌ କିଣିଥିବା ସୂଚନା ରହିଛି। ସେ ଦୁହେଁ ଉକ୍ତ ସମ୍ପତ୍ତିର ମିଳିତ ଭାବେ ମାଲିକ ଅଟନ୍ତି।

ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଚଳ କରିଥିବା ଅର୍ପିତାଙ୍କ ୩ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୨ କୋଟି ଟଙ୍କା ଥିବା ସୂଚନା ରହିଛି। ସେହି ବ୍ୟାଙ୍କ୍‌ ଆକାଉଣ୍ଟ୍‌ଗୁଡ଼ିକ ବିଭିନ୍ନ ସେଲ୍‌ସ କମ୍ପାନିର ବୋଲି ସୂଚନା ରହିଛି। ଅପିର୍ତାଙ୍କର ଆଉ କେଉଁଠି ଆକାଉଣ୍ଟ୍‌ ଅଛି କି ନାହିଁ ତାହାର ତଦନ୍ତ ଇଡି ଜାରି ରଖିଛି। କେବଳ ଅର୍ପିତା ନୁହେଁ, ପାର୍ଥ ଚାଟାର୍ଜୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବି ଯାଞ୍ଚ୍‌ ଚାଲିଛି। ଆପଣ ଜାଣିଥିବେଛ ନିଶ୍ଚୟ ଯେ ଆଜି ସକାଳୁ ଉଭୟ ଚାଟାର୍ଜୀ ଓ ମୁଖାର୍ଜୀଙ୍କୁ ଇଡି ଜେରା କରୁଛି।