ଜମ୍ମୁ-କଶ୍ମୀରରେ ସିିରିଜ୍ ଆତଙ୍କବାଦୀ ଆକ୍ରମଣ ! ୧୩ ଯବାନ ଆହତ

18

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସିରିଜ୍ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାର ସନ୍ଧ୍ୟା ସମୟରେ ମାତ୍ର ୪ରୁ ୫ ଘଂଟା ମଧ୍ୟରେ ଜମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ୬ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୧୩ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏଥିପାଇଁ ଘାଟି ଅଂଚଳରେ ସେନା ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଗତକାଲି ସନ୍ଧ୍ୟାରେ ପ୍ରଥମେ ପୁଲୱାମା ଜିଲ୍ଲାର ତ୍ରାଲରେ ଥିବା ୧୮୦ ବାଟାଲିୟର ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୦ଜଣ ଯବାନ ଆହତ ହୋଇଛନ୍ତି । ଆହତମାନଙ୍କୁ ଶ୍ରୀନଗରରେ ଥିବା ୯୨ ବେସ୍ ହସ୍ପିଟାଲକୁ ନିଆଯାଇଛି । ଆକ୍ରମଣ ପରେ ସମଗ୍ର ଅଂଚଳକୁ ଘେରାଉ କରିଛି ସେନା । ଗ୍ରେନେଡ୍ ମାଡ଼ ପାଇଁ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦିନ୍ ନିଜକୁ ଦାୟୀ କରିଛି । ତ୍ରାଲ ପରେ ଅବନ୍ତିପୁରାର ସିଆପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

ଏହା ସହିତ ଅନନ୍ତନାଗରେ ହାଇକୋର୍ଟ ଜଜଙ୍କ ଗାର୍ଡ ରୁମ୍ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୨ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ଏବଂ ସେମାନଙ୍କଠାରୁ ୪ଟି ଅଟୋମେଟିକ ରାଇଫଲ୍ ଛଡାଇ ନେଇଯାଇଥିବା ଖବର ମିଳିଛି । ସିଆରପିଏଫ୍ କ୍ୟାମ୍ପ ଆଟାକ । ପୁଲୱାମାର ପୁଲିସ ଷ୍ଟେସନ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଉତ୍ତର କାଶ୍ମୀରର ସପୋରରେ ଥିବା ୨୨ରାଷ୍ଟିୟ ରାଇଫଲ୍ ଶିବିର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।