ରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେବ ବିଧିବଧ ପକ୍ରିୟା ! ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

31

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ରାଷ୍ଟ୍ରପତି ପଦ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରକ୍ରିୟା । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ଜୁନ୍ ୨୮ ତାରିଖ ରହିଛି । ଜୁନ୍ ୨୯ ତାରିଖରେ ପ୍ରାର୍ଥୀପତ୍ରଗୁଡିକର ଯାଂଚ କରାଯିବ । ଜୁଲାଇ ୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ । ଜୁଲାଇ ୧୭ରେ ନିର୍ବାଚନ ହେବାକୁ ଥିବାବେଳେ ଭୋଟଗଣତି ୨୦ ତାରିଖରେ ହେବ ।

ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ହେବ । ତେବେ ସର୍ବସମ୍ମତି ରାଷ୍ଟ୍ରପତି ବାଛିବାକୁ ବିଜେପି ୩ଜଣିଆ କମିଟି ଗଠନ କରିଛି । ଏଥିରେ ଅରୁଣ ଜେଟଲୀ, ରାଜନାଥ ସିଂହ ଓ ଭେଙ୍କେୟା ନାଇଡୁ ସଦସ୍ୟ ଅଛନ୍ତି । ଏହି କମିଟି ସମ୍ଭାବ୍ୟ ପ୍ରାର୍ଥୀ ନେଇ ଏନଡିଏ ସହଯୋଗୀ ଓ ବିରୋଧୀଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସ ବିରୋଧୀଙ୍କ ମେଳି କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ପଛରେ ପଡିନାହିଁ ।