୫୦ ଦିନରେ ୨୧ ଆତଙ୍କବାଦୀ ନିପାତ । ଜମ୍ମୁ-କାଶ୍ମୀରରେ କମୁଛି ଆତଙ୍କବାଦୀଙ୍କ ଅନୁପ୍ରବେଶ

146

କନକ ବ୍ୟୁରୋ : ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିିଳିଛି । ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତ ଦୁଇଦିନ ଭିତରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଜୁନ୍ ଏବଂ ଜୁଲାଇ ମାସରେ ସବୁଠୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଜୁନ୍ ୧ତାରିଖରୁ ୨୦ତାରିଖ ମଧ୍ୟରେ ୨୧ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସେନା ଯବାନ । ସେହିପରି ଜାନୁଆରୀରୁ ମେ’ ମାସ ମଧ୍ୟରେ ୧୪ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ତେବେ ଜାନୁଆରୀ ମାସରୁ ଏପ୍ରିଲ ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା କାଫି କମ୍ ଥିଲା । ରିପୋର୍ଟ ଅନୁସାରେ ଏହି ସମୟରେ ମାତ୍ର ୪ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ସେହିପରି ଫେବୃଆରୀ ମାସରେ ୩ଜଣ, ମାର୍ଚ୍ଚ ମାସରେ ଜଣେ, ଏପ୍ରିଲ୍ ମାସରେ କୌଣସି ଆତଙ୍କବାଦୀଙ୍କ ନିହତ ହେବା ଖବର ଆସିନଥିବା ବେଳେ ମେ’ ମାସରେ ୬ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଯଦି ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ୨୦ ତାରିଖ ଏବଂ ଗତବର୍ଷ ଜାନୁଆରୀରୁ ଜୁଲାଇ ମାସ ୨୦ ତାରିଖ ଯାଏଁ ଆକଳନ କରାଯାଏ ତାହେଲେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟାରେ ୭୩ପ୍ରତିଶତ କମିଥିବା ଜଣାପଡିଛି ।