ଗିରଫ ହେଲେ IAS ଅଫିସର । କୋଇଲା ଖଣି ଦୁର୍ନୀତିରେ EDର ବଡ କାର୍ଯ୍ୟାନୁଷ୍ଠାନ

6,027

କନକ ବ୍ୟୁରୋ: କୋଇଲା ଖଣି ଦୁର୍ନୀତିରେ ଇଡିର ବଡ କର୍ଯ୍ୟାନୁଷ୍ଠାନ । ଶୁକ୍ରବାର ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କ ସମେତ ଏକାଧିକ ଅଧିକାରୀ ଓ ନେତାଙ୍କ ଘରେ ରେଡ୍ କରିବା ପରେ ଆଇଏଏସ୍ ରାନୁ ସାହୁଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ରାନୁ ସାହୁଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି । ଜୁଲାଇ ୨୫ରେ ତାଙ୍କୁ କୋର୍ଟରେ ହାଜର କରାଯିବ । ରାନୁ ସାହୁଙ୍କ ଘରେ ରେଡ କରିବାକୁ ଜୁଲାଇ ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ଛତିଶଗଡରେ ହୋଇଥିବା ୫୧.୪୦ କୋଟିର କୋଇଲା ଦୁର୍ନୀତିରେ ଇଡି ଖୋଳତାଡ ଆରମ୍ଭ କରିଥିଲା । ଇଡିର ତଥ୍ୟ ଅନୁସାରେ, ରାନୁ ସାହୁଙ୍କ ସହ ସୂର୍ଯ୍ୟକାନ୍ତ ତିୱାରୀ, ବିଧାୟକ ଦେବେନ୍ଦ୍ର ଯାଦବ, ଓ ଚନ୍ଦ୍ରଦେବ ପ୍ରସାଦ ରାୟଙ୍କର ଅଚଳାଚଳ ସମ୍ପତ୍ତି , ଲଗଜୁରୀ ଗାଡି, ଅଳଙ୍କାର, ନଗଦ ଟଙ୍କା ଥିବା ଜଣାପଡିଛି । ଏବେ ଏହି ସମ୍ପତ୍ତି ଗୁଡିକର କିଭଳି ଭାବେ ଅର୍ଜନ କରାଯାଇଛି ତାର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।