ତାମିଲନାଡ଼ୁ ଅରିୟାଲୁରରେ ପାଳନ ହେଲା ଜଲ୍ଲିକଟ୍ଟୁ ଉତ୍ସବ ! ୧୦ ଜଣଙ୍କୁ ଦଳିଦେଲେ ଷଣ୍ଢ

123

କନକ ବ୍ୟୁରୋ : ତାମିଲନାଡ଼ୁରେ ବର୍ଷର ପ୍ରଥମ ଜଲ୍ଲିକଟ୍ଟୁ ଉତ୍ସବ ପାଳନ ହୋଇଛି । ତାମିଲନାଡୁର ଅରିୟାଲୁରରେ ପାରମ୍ପପରିକ ଉତ୍ସବ ଜଲ୍ଲିକଟ୍ଟୁ ପାଳନ ହେଲା । ଯେଉଁଥିରେ ୧୦ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ସୂଚନା ଅନୁସାରେ ଜଲ୍ଲିକଟ୍ଟୁ ଉତ୍ସବ ଆୟୋଜନ ପାଇଁ ଅନୁମତି ପ୍ରଶାସନ ଠାରୁ ନିଆଯାଇନଥିଲା । ତେଣୁ ପ୍ରଶାସନ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଜଲ୍ଲିକଟ୍ଟୁରେ ଯେଉଁ ଷଣ୍ଢ ଦୌଡ଼ିଥିଲେ, ସେମାନଙ୍କୁ ତଞ୍ଜାଉର, ତ୍ରିଚୀ ଓ ପୈରମ୍ବୁରରୁ ଅଣାଯାଇଥିଲା । ପାଖାପାଖି ୩୦୦ ଷଣ୍ଢ ପାଳକ ଜଲ୍ଲିକଟ୍ଟୁ ପାଇଁ ପଞ୍ଜିକରଣ କରାଇଥିଲେ । ଆଉ ଏଥିରେ ପ୍ରାୟ ୧୦ ଜଣ ଲୋକ ଗରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ଲୋକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଏବଂ ବିଜେତାଙ୍କ ସୁନା ଟଙ୍କା , ସାଇକେଲ ଓ ଖାତା ବଂଟାଯାଇଛି ।

source-google

ଷଣ୍ଢଗୁଡ଼ିକ ସଜବାଜ କରି ପାରମ୍ପରିକ ଖେଳକୁ ଉତ୍ତାରିଥିଲେ । ଜଲ୍ଲିକଟ୍ଟୁ ଦେଖିବା ପାଇଁ ଆଖପାଖ ଗାଁରୁ ଅନେକ ଲୋକ ରୁଣ୍ଡ ହୋଇଥିଲେ । ସୂଚନାଯୋଗ୍ୟ ଜଲ୍ଲିକଟ୍ଟୁ ପୋଙ୍ଗଲର ଅଂଶ ଅଟେ । ଯାହାକୁ ପୋଙ୍ଗଲର ତୃତୀୟ ଦିନରେ ପାଳନ କରାଯାଏ । ଚିତୁର ଜିଲ୍ଲାରେ ମଧ୍ୟ ଜଲ୍ଲିକଟ୍ଟୁ ଉତ୍ସବ ପାଳନ ହୋଇଛି ।