ଏଥର ବି ବିନାଭକ୍ତରେ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି

390

କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ତେବେ ରଥଯାତ୍ରା ମଧ୍ୟ ବିନା ଭକ୍ତରେ ହେବ । ରଥ ଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ମେ ୩୧ ତାରିଖରେ ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ଏନେଇ ଆଜି ବିଦ୍ଧିବଧ ଭାବେ ଘୋଷଣା ହୋଇଛି ।

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା କରିବା ନେଇ ନିଷ୍ପତି ପରେ ରଥଯାତ୍ରାରେ ଏଭଳି କଟକଣା କରାଯିବା ନେଇ ମଧ୍ୟ ସମ୍ଭାବନା ରହିଛି ବୋଲି କୁହାଯାଉଛି । ସେପଟେ ରଥଖଳାରେ ଅଖ ଅନୁକୂଳ ହୋଇଛି ଏବଂ ଭଲ ଖବର ହେଉଛି ରଥଖଳା ବର୍ତମାନ ସଂପୂର୍ଣ୍ଣ କୋଭିଡ ସଂକ୍ରମଣ ମୁକ୍ତ ରହିଛି ।