ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ । ରିକି ପଣ୍ଟିଂଙ୍କୁ ଟପି ପାରନ୍ତି ବିରାଟ
କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ଭାରତ-ନ୍ୟୁଜିଲାଣ୍ଡ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବଡ ସୁଯୋଗ ରହିଛି । ବିରାଟ କୋହଲି ଏହି ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିପାରନ୍ତି । ଏହି ରେକର୍ଡ ହାସଲ କରିବା ସହ ସେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇ ପାରନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରନ୍ତି, ତେବେ ଅଧିନାୟକ ହିସାବରେ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଶତକ ହାସଲ ଖେଳାଳି ହୋଇପାରିବେ । ଅଧିନାୟକ ହିସାବରେ ବର୍ତ୍ତମାନ ରିକି ପଣ୍ଟିଂ ଓ କୋହଲି ୪୧ଟି ଶତକ ହାସଲ କରି ସାରିଛନ୍ତି ।
ବିରାଟ କୋହଲି ଭାରତ ତରଫରୁ ୨୦୦ ମ୍ୟାଚରେ ଅଧିନାୟକତ୍ୱ କରିସାରିଛନ୍ତି । ଏଥିରେ କୋହଲି ୧୨୩୪୩ ରନ କରିଥିବା ବେଳେ ୪୧ ଶତକ ଓ ୫୪ ଅର୍ଦ୍ଧ ଶତକ ସାମିଲ ଅଛି । ସେହିପରି ରିକି ପଣ୍ଟିଂ ୩୨୪ ମ୍ୟାଚରେ ଅଷ୍ଟ୍ରେଲିଆ ତରଫରୁ ଅଧିନାୟକତ୍ୱ କରିଥିଲେ ଯେଉଁଥିରେ ୪୧ ଶତକ ୮୮ ଅଦ୍ଧ ର୍ ଶତକ ରହିଛି ।