କନକ ବ୍ୟୁରୋ: ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୭ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Advertisment

ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱରରେ ୮୫୨୦୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୮୧୭୯୫ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି । ଆହୁରି ୩୦୦୪ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି