ନିବେଶ କରିବେ କେଉଁଠି ? ୫ ବର୍ଷରେ ଅନ୍ୟାନ୍ୟ ସେୟାର ତୁଳନାରେ ଭଲ ରିଟର୍ଣ୍ଣ ଦେଇଛି ସୁନା; କରୋନା କାଳରେ ବି କମିନି ଚମକ

182

କନକ ବ୍ୟୁରୋ : ନିବେଶ କରିବେ କେଉଁଠି ? ସେୟାର ବଜାରରେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି । ଗତ ୫ ବର୍ଷ ମଧ୍ୟରେ କେତେବେଳେ କରୋନା ତ ଆଉ କେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ନିବେଶ କରିବା ଅସୁରକ୍ଷିତ ହୋଇପଡିଛି । ଏପରି ସ୍ଥିତିରେ କିନ୍ତୁ କିଛି ନିବେଶକ ଭଲ ରିଟର୍ଣ୍ଣ ବା ଲାଭ ପାଇଛନ୍ତି । ଆଉ ଏହି ଲାଭ ହୋଇଛି ସୁନାରେ । ଯଦି ଆମେ ପୁଞ୍ଜି ବିନିଯୋଗ ବିଷୟରେ କଥା ହେବା, ଗତ ୫ବର୍ଷ ମଧ୍ୟରେ, ଅନ୍ୟ ଯେକୌଣସି ସେୟାର ଅପେକ୍ଷା ସୁନା ଏହାର ନିବେଶକମାନଙ୍କୁ ଅଧିକ ରିଟର୍ଣ୍ଣ ଦେଇଛି ।

– ସୁନା ଓ ସେୟାରରେ ଗତ ୫ ବର୍ଷର ରେକର୍ଡ
– ସୁନା ମୂଲ୍ୟରେ ପ୍ରାୟ ୯୯ ପ୍ରତିଶତ ବୃଦ୍ଧି
– ବିଏସଇ ସେନସେକ୍ସରେ ୭୭ ପ୍ରତିଶତ ବୃଦ୍ଧି
– ଅର୍ଥାତ ସୁନା ନିବେଶକଙ୍କ ତୁଳନାରେ କମ୍ ରିଟର୍ଣ୍ଣ
– ଜୁଲାଇ ୨୦୧୮ରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୦, ୮୦୦ ଟଙ୍କା ଥିଲା
– ୨୪ କ୍ୟାରେଟ୍ ସୁନା ମୂଲ୍ୟ ୩୦ ହଜାର ୮୦୦ ଟଙ୍କା ଥିଲା
– ଜୁଲାଇ ୨୦୨୩ରେ ସୁନାର ମୂଲ୍ୟ ୬୧ ହଜାର ଟଙ୍କାରୁ ଅଧିକ
– ଅର୍ଥାତ ସୁନା ଦର ପ୍ରାୟ ୯୯ ପ୍ରତିଶତ ବୃଦ୍ଧି ହୋଇଛି