ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା : ସ୍ୱାଭାବିକ ବର୍ଷା ତୁଳନାରେ ୧୩ ପ୍ରତିଶତ କମ୍ ବର୍ଷା

315

କନକ ବ୍ୟୁରୋ : ଚଳିତ ମୌସୁମୀ ରୁତୁରେ ନିଅଣ୍ଟିଆ ବର୍ଷା । ଜୁନ ୧ରୁ ଜୁଲାଇ ୨୪ ସୁଦ୍ଧା ରାଜ୍ୟରେ ୪୦୭ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ସ୍ୱାଭାବିକ ବର୍ଷା ତୁଳନାରେ ୧୩ ପ୍ରତିଶତ କମ୍ ବର୍ଷା ହୋଇଥିବା ଜଣାପଡ଼ିଛି । ଏହି ଅବଧି ଭିତରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬ ଦଶମିକ ୮ ମିଲିମିଟର ସହ ୪୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୭ ଦଶମିକ ୫ ମିଲିମିଟର ସହ ୩୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି ।