୭୬ ବର୍ଷର ବରକୁ ୪୭ ବର୍ଷର କନିଆ : ପରିଣତ ବୟସରେ ସୁରେଖାଙ୍କୁ ଜୀବନ ସାଥୀ କଲେ ରାମଚନ୍ଦ୍ର

4,530

କନକ ବ୍ୟୁରୋ : ୭୬ ବର୍ଷର ବରକୁ ୪୭ ବର୍ଷର କନିଆ । ଏଭଳି ନିଆରା ପ୍ରେମ ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆତପଡ଼ା ଗାଁରେ । ବୟସର ଅପରାହ୍ଣରେ କୁଲାଡ ଗାଁର ତ୍ରିନାଥ ସାହୁଙ୍କ ୪୭ ବର୍ଷିୟ ଝିଅକୁ ଜୀବନସାଥୀ ଭାବେ ବାଛି ନେଇଛନ୍ତି ୭୬ ବର୍ଷର ରାମଚନ୍ଦ୍ର ସାହୁ । ୧୮ ବର୍ଷ ହେଲା ରାମଚନ୍ଦ୍ରଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା । ସ୍ତ୍ରୀ ଚାଲିଯିବା ପରେ ରୋଷେଇ କରି ଦେବାକୁ କେହି ନଥିଲେ । ପରିଣତ ବୟସରଙ୍କ ନିଜେ ରାନ୍ଧିବା ସହ ଦୈନନ୍ଦିନ କାମ କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା ।

ଦୁଇଟି ଝିଅ ବିବାହ ହୋଇଯାଇଥିବା ବେଳେ ଗୋଟିଏ ଝିଅର ଦେହାନ୍ତ ହୋଇଛି । ଅନ୍ୟ ଝିଅଟି ନିଜ ସଂସାର ବୁଝିବାରେ ବ୍ୟସ୍ତ । ଏଭଳି ପରସ୍ଥିତିରେ ଓଳିଏ ଖାଇଲେ ଓଳିଏ ଉପବାସରେ ବିତିଯାଏ । ଏଭଳି ପରିସ୍ଥିତିରେ ସ୍ତ୍ରୀଙ୍କ ଦେହାନ୍ତ ପରେ ଦ୍ୱିତୀୟ ବିବାହ କରିବାକୁ ମନସ୍ଥ କରିଥିଲେ ରାମଚନ୍ଦ୍ର । ଯେଉଁଠି ଝିଅ ଦେଖିକି ଆସନ୍ତି ଭାଇମାନେ ମିଶି ସେ ପ୍ରସ୍ତାବ ଭାଙ୍ଗି ଦିଅନ୍ତି । ରାମଚନ୍ଦ୍ର ବିବାହ କଲେ କାଳେ ଆଉ କିଏ ସମ୍ପତ୍ତି ନେଇଯିବ ଭାବି ଭାଇମାନେ ତାଙ୍କୁ ବିବାହ କରାଇ ଦେଉନଥିଲେ ।

୮ ବର୍ଷ ତଳେ ରାମଚନ୍ଦ୍ର ସୁରେଖାଙ୍କୁ ଦେଖି ବିବାହ କରିବା ପାଇଁ ସ୍ଥିର କରିଥିଲେ । ହେଲେ ଭାଇମାନେ ପୁଣି ବାଧକ ସାଜିଥିଲେ । ହେଲେ ଏଥର ରାମଚନ୍ଦ୍ର ସୁରେଖାଙ୍କ ସହିତ ଫୋନରେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ । ଏହି କଥାବାର୍ତ୍ତା  ଏତେ ନିବିଡ ହୋଇଥିଲା ଯେ ସେମାନେ ପରସ୍ପରକୁ ଜୀବନସାଥୀ ଭାବେ ବାଛିନେବାକୁ ସ୍ଥିର କରିଥିଲେ । ଗତ ଜୁଲାଇ ୧୯ ତାରିଖରେ ଭଦ୍ର ଲୋକଙ୍କ ଉପସ୍ଥିତରେ କୋର୍ଟରେ ବିବାହ କରିଥିଲେ । ପରେ ଗାଁ ମନ୍ଦିରରେ ପରସ୍ପରକୁ ମାଳ ପିନ୍ଧାଇ ରାମଚନ୍ଦ୍ର ସୁରେକ୍ଷାଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ । ଏବେ ଉଭୟ ସ୍ୱାମୀ, ସ୍ତ୍ରୀ ଭାବେ ରହି ଆସୁଥିବା ରାମଚନ୍ଦ୍ର କହିଛନ୍ତିି ।