ଆଉ ନିୟମ କୋହଳ ହେବାର ସମ୍ଭାବନା ନାହିଁ : ଦୁର୍ଘଟଣା ହାରକୁ କମାଇବା ପାଇଁ ଆଗକୁ ନିୟମ ଅଧିକ କଡ଼ାକଡ଼ି ହେବ ବୋଲି କହିଲେ ପରିବହନ ମନ୍ତ୍ରୀ

708

କନକ ବ୍ୟୁରୋ : କୋହଳ ହେବନି ଟ୍ରାଫିକ୍ ନିୟମ । ଟ୍ରାଫିକ ନିୟମ କୋହଳ ହେବାର ଆଉ କୌଣସି ସମ୍ଭାବନା ନାହିଁ । ଦୁଇ ଦୁଇ ଥର ତିନି ତିନି ମାସ ଟ୍ରାଫିକ୍ ନିୟମ କୋହଳ ପରେ ଆଉ କୋହଳ ହେବନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲୋକଙ୍କ ଧନଜୀବନ ଓ ସୁରକ୍ଷା ପାଇଁ ନିୟମ ହୋଇଛି ।

କାହିଁକି ଓ କ’ଣ ପାଇଁ ନିୟମ କୋହଳ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ପରିବହନ ମନ୍ତ୍ରୀ । ଅନ୍ୟ ରାଜ୍ୟ ଗୁଡ଼ିକରେ ନିମୟ କୋହଳ ହୋଇଥିଲେ ସୁଦ୍ଧା ଆଗକୁ ରାଜ୍ୟରେ ଆଉ ନିୟମ କୋହଳ ହେବନି । ନିୟମ ପାଇଁ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା କମିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ କମିନାହିଁ । ପ୍ରତିଦିନ କେହି ନା କେହି ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ବିନା କାରଣରେ ଜୀବନ ଯାଉଛି ।

ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ଟ୍ରାଫିକ୍ ନିୟମ ପୁଣି ଥରେ କୋହଳ କରାଯାଇଛି । ପୂର୍ବରୁ ତିନି ମାସ ଆଉ ଏବେ ପୁଣି ତିନି ମାସ କୋହଳ ହୋଇଛି । ହେଲେ ଆଗକୁ ନିୟମ କୋହଳ କରାଯିବନି ।

ଅନ୍ୟପଟେ ଆରଟିଓ ଅଫିସରେ ଗୁଡ଼ିକରେ ଭିଡ଼କୁ ନେଇ ମନ୍ତ୍ରୀ କହିଛନ୍ତି, ଭିଡ଼ ଜମିବା ସ୍ୱାଭାବିକ । କାଗଜପତ୍ର ଓ ଲାଇସେନ୍ସ ପାଇଁ ଭିଡ଼ି ଜମିବ । ଲୋକେ କାଗଜପତ୍ର ଠିକ କରିବା ପାଇଁ ଆରଟିଓ ଅଫିସ ସାମ୍ନାରେ ଲାଇନ୍ ଲଗାଇବେ । ତେବେ ଲମ୍ବା ଲାଇନ୍ ପାଇଁ ଏବେ କୌଣସି ଅସୁବିଧା ପରିଲକ୍ଷିତ ହେବାର ଦେଖାଯାଉ ନାହିଁ ।