ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ନବୀନଙ୍କ ନେତୃତ୍ୱର ଗୁଣଗାନ କଲେ ଅମ୍ବାନୀ,ଜିନ୍ଦଲ ଓ ବିର୍ଲା ।

ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ମୁକେଶ ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ନବୀନ ।

286

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପ୍ରଶଂସା । ଚଳିତ ବର୍ଷ ସଂସ୍କରଣର ଦ୍ୱିତୀୟ ଦିନରେ ଆୟୋଜିତ ହୋଇଥିବା ବିଜନେସ୍ ଲିଡ଼ରସିପ୍ ସମ୍ମିଳନୀରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ବିଶିଷ୍ଟ ଶିଳ୍ପପତି । ବିଶ୍ୱର ନାମିଦାମୀ ବିଜନେସ୍ ଟାଇକୁନ ମୁକେଶ ଅମ୍ବାନୀ । ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ଠାରୁ ଆରମ୍ଭ କରି ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଳମ, ଜେଏସପିଏଲର ମୁଖ୍ୟ ନବୀନ ଜିନ୍ଦଲଙ୍କ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।

ଦେଶ ତଥା ବିଶ୍ୱର ପ୍ରତିଷ୍ଠିତ ବିଜନେସ୍ ଟାଇକୁନ ମୁକେଶ ଅମ୍ବାନୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଏବଂ କହିଛନ୍ତି ଯେ, ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶା ଅଧିକ ୮ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏବଂ ବିଗତ କିଛି ବର୍ଷ ହେବ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଆଇଟି ବା ଡିଜିଟାଲ କ୍ଷେତ୍ର ଭାରତର ଉନ୍ନତି ରାଜ୍ୟମାନଙ୍କରେ ପରିଗଣିତ ହେଉଛି ଓଡ଼ିଶା । ଯାହାର ଶ୍ରେୟ ଓଡ଼ିଶାର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦେଇଛନ୍ତି ଅମ୍ବାନୀ ।

ସେହିପରି ଆଦିତ୍ୟ ବିର୍ଲାର ମୁଖ୍ୟ କୁମାର ମଙ୍ଗଳମ କହିଛନ୍ତି ଯେ, ଦୀର୍ଘ କିଛି ବର୍ଷ ହେବ ଓଡ଼ିଶାର ବିଭନ୍ନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଅହେତୁକ ସଫଳତା ହାସଲ କରିଛି । ଯାହା ପଛରେ ରାଜ୍ୟ ସରକାରଙ୍କ ସହାୟତା ଏବଂ ରାଜ୍ୟବାସୀଙ୍କ ସମର୍ଥନ ରହିଛି । ଶିକ୍ଷା କ୍ଷେତ୍ରଠାରୁ ଆରମ୍ଭ କରି ଟେଲିକମ କ୍ଷେତ୍ରରେ ଆଦିତ୍ୟ ବିର୍ଲା ସବୁବେଳେ ଉଦ୍ୟମ କରି ଆସିଛି ।

ଅନ୍ୟପଟେ ଜେଏସପିଏଲ ଗ୍ରୁପର ମୁଖ୍ୟ ନବୀନ ଜିନ୍ଦଲ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଜିନ୍ଦଲ କମ୍ପାନୀ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ ମଧ୍ୟ ରଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଓ ସହଯୋଗ କରିଛନ୍ତି । ଯାହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ନବୀନ ଜିନ୍ଦଲ ।