ଆନ୍ଧ୍ରରେ ପଢୁଛନ୍ତି ଓଡିଶା ପିଲା, ଗଞ୍ଜାମ ପାତ୍ରପୁର ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ଲେଖାଇଲେଣି ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

86

କନକ ବ୍ୟୁରୋ: ଖବର ବାଜିଲା ପରେ ତଦନ୍ତ ଆରମ୍ଭ । ଆନ୍ଧ୍ର ସ୍କୁଲରେ ଓଡ଼ିଶାର ଛାତ୍ରଛାତ୍ରୀ ପଢୁଥିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ସିମାନ୍ତ ଅଂଚଳରେ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଆନ୍ଧ୍ର ସ୍କୁଲରେ ପଢୁଥିବା ଘଟଣା ସାମ୍ନାକୁ ଆସିଥିଲା । ଇଛାପୁର ମଣ୍ଡଳରେ ଥିବା ଆନ୍ଧ୍ର ସ୍କୁଲର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୩୭ କିନ୍ତୁ ଏହି ସ୍କୁଲରେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସ୍କୁଲରେ ପଢିବା ପାଇଁ ମିଳୁଛି ମୌଳିକ ସୁବିଧା । ଯାହ ଫଳରେ ଏଠାରେ ଅଧିକ ଓଡ଼ିଶାର ପିଲା ପାଠ ପଢୁଛନ୍ତି । ଗଞ୍ଜାମ ଜିଲ୍ଲାକୁ ଲାଗିଛି ଆନ୍ଦ୍ରର ଇଛାପୁର ମଣ୍ଡଳ । ଏହି ମଣ୍ଡଳର ସିମାନ୍ତରେଥିବା ଅନେକ ସ୍କୁଲରେ ଆନ୍ଦ୍ର ଅପେକ୍ଷା ଓଡ଼ିଶାର ଛାତ୍ର ଛାତ୍ର ପାଠପଢୁଥିବା ଦେଖିବାକୁ ମିଳୁଛି ।

ତେବେ ଏହି ମଣ୍ଡଳରେ କୋଟା, ଶାସନମ ଗ୍ରାମରେ ରହିଛି ଜିଲ୍ଲା ପରିଷଦ ହାଇସ୍କୁଲ । ଏହି ସ୍କୁଲରେ ୪୩୭ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସବୁ ସ୍କୁଲରେ ପିଲାଙ୍କ ପାଇଁ ପାଠ ପଢିବାକୁ ରହିଛି ଅନେକ ସୁବିଧା । ପିଲାଙ୍କୁ ପଢିବା ପାଇଁ ଜୋତାଠାରୁ ଆରମ୍ଭ କରି ବହି ମାଗଣାରେ ମିଳୁଛି । ଯେଉଁମାନେ ତେଲୁଗୁ ପାଠ ପଢୁଛନ୍ତି ସେହିମାନଙ୍କୁ ଭଲ ପଢିବା ପାଇଁ ସୁବିଧା ମିଳୁଛି ।ଯାହା ଫଳରେ ଓଡ଼ିଶା ପିଲାଙ୍କ ସଂଖ୍ୟା ସ୍କୁଲରେ ଅଧିକା ରହିଛି ।