ଆଜି ଯୋଗ ଦିବସ : ଚଳିତ ବର୍ଷର ଥିମ ରହିଛି ‘ସୁସ୍ଥତା ପାଇଁ ଯୋଗ’; ପ୍ରଧାନମନ୍ତ୍ରୀ କହିଲେ, କରୋନା କାଳରେ ଯୋଗ ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର

173

କନକ ବ୍ୟୁରୋ : ଆଜି ବିଶ୍ୱ ପାଳୁଛି ଯୋଗ ଦିବସ । କରୋନା ଯୋଗୁଁ ଯୋଗ ଦିବସ ପୂର୍ବଭଳି ପାଳିତ ହେଉନି । ତଥାପି ଲୋକଙ୍କ ଭିତରେ ଯୋଗକୁ ନେଇ ଉତ୍ସାହ ବଢ଼ିଛି । କରୋନାକୁ ମାତ ଦେବା ପାଇଁ ଯୋଗ ବିଶେଷ ଭାବରେ ସହାୟକ ହେଉଥିବାରୁ, ଏଥିପ୍ରତି ଉତ୍ସାହ ବଢ଼ିବାରେ ଲାଗିଛି । ଚଳିତ ବର୍ଷର ଥିମ ରହିଛି ‘ ସୁସ୍ଥତା ପାଇଁ ଯୋଗ’ ।

ଯୋଗ ଦିବସ ଅବସରରେ ଦେଶବାସୀଙ୍କୁୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି ଯେତେବେଳେ କରୋନା ଭଳି ଅଦୃଶ୍ୟ ଭାଇରସର ଶକ୍ତି ବିଶ୍ୱରେ ତାର କାୟା ବିସ୍ତାର କରୁଥିଲା, ସେତେବେଳେ କୌଣସି ଦେଶ ସାଧନା, ସାମାର୍ଥ୍ୟ ଏବଂ ମାନସିକ ଅବସ୍ଥାରେ ଏହାକୁ ଗ୍ରହଣ କରିବା ସମ୍ଭବ ନଥିଲା । ଏହି ସମୟରେ ଯୋଗ ଆତ୍ମବଳ ବଢ଼ାଇବାରେ ବଡ଼ ସହଯୋଗୀ ହୋଇଥିଲା । ଯୋଗ ଲୋକଙ୍କୁ ସାହାସ ଦେଇଥିଲା କି ଏହି ଅଦୃଶ୍ୟ ଭାଇରସ ସହ ଆମେ ଲଢ଼ି ପାରିବା ।

ହିମାଳୟର ଉଚ୍ଚ ପାହାଡ ଘାଟି ଉପରେ ଦେଶର ବୀର ଯବାନ କରିଛନ୍ତି ଯୋଗ । ବିଶ୍ୱ ଯୋଗ ଦିବସ ଅବସରରେ ଲଦାଖର ଉଚ୍ଚ ପାହାଡ ଉପରେ ଏକାଠି ହୋଇ ଯୋଗ କରିଛନ୍ତି ଆଇଟିବିପି ଯବାନ । ଦେଶର ସୁରକ୍ଷା ସହ ନିଜକୁ ସୁସ୍ଥ ଓ ନିରୋଗ ରହିବାର ବାର୍ତା ପ୍ରଦାନ କରିଛି ଏହି ଯବାନଙ୍କ ଯୋଗ । ସମୁଦ୍ର ପତନରୁ ୧୮ ହଜାର ଫୁଟ ଉପରେ ଏହି ଯୋଗ କରାଯାଇଛି ।