ପୋଲସରାରେ ଦୁଇଗୋଷ୍ଠୀ ମୁହାଁମୁହିଁ : ଆକ୍ରମଣରେ ଜଣେ ମୃତ, ୩ଜଣ ଗୁରୁତର

95

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ପୋଲସରାରେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି । ପୋଲସରା ଥାନା ଅନ୍ତର୍ଗତ ତରାଇମାଳିଠାରେ ଦୁଇ ଗୋଷ୍ଠୀ ବଣଭୋଜି ଆୟୋଜନ କରିଥିଲେ । ଭୋଜି ଖାଇସାରିବା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପୋଲସରା ଗୋଷ୍ଠୀ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ମଧୁପଲ୍ଲୀର ବାବୁଲା ପ୍ରଧାନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ମୁଣ୍ଡ ପଛ ପଟେ ଗଭୀର ଆହତ ହୋଇଥିବା ଜଣାପଡିଛି । ଘଟଣାକୁ ଗୁରୁତର ସହ ନେଇ ପୁରୁଷୋତମପୁର ଉପଖଣ୍ଡ ଅଧିକାରୀ ପୋଲିସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଲସରା ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗିରହିଛି ।