ଇଣ୍ଡୋନେସିଆରେ ଗାନ୍ଧୀଗିରି । ଗାନ୍ଧୀଙ୍କ ଅହିଂସା ଓ ପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ଇନ୍ଦ୍ର ଉଦ୍ୟାନ । କଳିଙ୍ଗ-ବାଲି ସମ୍ପର୍କର କରୁଛନ୍ତି ପ୍ରଚାର

104

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଶୁଭୁଛି ଗାନ୍ଧୀଙ୍କ କଥା । ଇଣ୍ଡୋନେସିଆର ଗାଁ ଗାଁ ବୁଲି ଗାନ୍ଧୀଙ୍କ ଆଦର୍ଶ ତଥା ଚିନ୍ତାଧାରାକୁ ପ୍ରଚାର କରୁଛନ୍ତି ଇନ୍ଦ୍ର ଉଦୟନ । ମହାତ୍ମ୍ା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିଜକୁ ସମର୍ପଣ କରିଥିବା ଇନ୍ଦ୍ର ଉଦ୍ୟାନ ଇଣ୍ଡୋନେସିଆର ଗାନ୍ଧୀ ଭାବେ ପରିଚିତ । କେବଳ ଇଣ୍ଡୋନେସିଆ ନୁହଁ ଭାରତ ତଥା ବିଶ୍ୱର ବିଭିନ୍ନ ଦେଶରେ ବୁଲି ସେ ଗାନ୍ଧୀଙ୍କ ଶାନ୍ତି ଓ ସଦଭାବନାର କଥା କହୁଛନ୍ତି ।

କଳିଙ୍ଗ-ବାଲିର ସମ୍ପର୍କ ହଜାର ହଜାର ବର୍ଷ ତଳର । କିନ୍ତୁ ଏହାର ଯେଭଳି ପ୍ରଚାର ଓ ପ୍ରସାର ହେବା କଥା ହୋଇପାରୁନାହିଁ । ବାଲିର ଇତିହାସ ମନେ ପକାଇବାକୁ ବାଲି ଯାତ୍ରା ହେଉଛି । କିନ୍ତୁ ବାଲି ସହ ଯୋଡିବାକୁ କିଛି ପ୍ରୟାସ ହୋଇନାହିଁ । ବାଲିକୁ ଓଡିଶାର ଲୋକ ଯାଉଛନ୍ତି । ତେଣୁ ବାଲି-ଓଡିଶାର ସେହି ପୁରୁଣା ସମ୍ପର୍କ ଯୋଡିବା ଉପରେ ଗୁରୁତ୍ୱ ଦେଇଛନ୍ତି ଇନ୍ଦ୍ର ଉଦୟନ । ଆଉ ଅତୀତର ସ୍ମୃତିକୁ ପୁଣି ଥରେ ଉଜୀବିତ କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି । ଓଡିଶା ଓ ବାଲି ମଧ୍ୟରେ ପୁଣି ଥରେ ସମ୍ପର୍କ ଯୋଡିବା ପାଇଁ ଓଡିଶା ଆସିଛନ୍ତି ଇନ୍ଦ୍ରଉଦ୍ୟାନ ।

ଗତ ନଭେମ୍ବର ମାସରେ ବାଲିରେ ଆୟୋଜିତ ଜି ୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ କଳିଙ୍ଗ ବାଲିର ସମ୍ପର୍କ ବିଷୟରେ କହିବା ସହ ଇନ୍ଦ୍ର ଉଦ୍ୟାନଙ୍କ ସମାଜସେବା ବି ପ୍ରଶଂସା କରିଥିଲେ । ବାଲିସ୍ଥିତ ଗାନ୍ଧୀ ପୁରୀ ଆଶ୍ରମରେ ଦେଶ ବିଦେଶର ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ଅହିଂସା ମନ୍ତ୍ର । ଏଥିପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି ।