ଉମେଶ ହତ୍ୟାକାଣ୍ଡରେ ଆଉ ଏକ ଏନକାଉଣ୍ଟର। ପୁଲିସ ଗୁଳିରେ ଟଳିଲା ଅଭିଯୁକ୍ତ ଉସମାନ୍।

190

କନକ ବ୍ୟୁରୋ: ଉମେଶ ପାଲ ହତ୍ୟାକାଣ୍ଡରେ ଉତ୍ତର ପ୍ରଦେଶ ପୋଲିସର ଆଉଏକ ଏନକାଉଣ୍ଟର । ସୋମବାର ସକାଳେ ପୋଲିସ ଗୁଳିରେ ନିହତ ହୋଇଛି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିଜୟ ଚୌଧୁରୀ ଓରଫ ଉସ୍ମାନ । ଅଭିଯୋଗ ଅନୁସାରେ, ଉସ୍ମାନ ହିଁ ଉମେଶଙ୍କୁ ଗୁଳି କରିଥିଲା । ପୋଲିସ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । କୌନ୍ଧିୟାରା ଥାନା ଅଞ୍ଚଳର ଗୋଠୀ ଓ ବେଲୱା ମଧ୍ୟରେ ଭୋର୍ ୫ଟା ବେଳେ ପୋଲିସ ଓ ଉସ୍ମାନ୍ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସର ଗୁଳି ଉସ୍ମାନର ବେକ, ଛାତି ଓ ଜଂଘରେ ବାଜିଥିଲା । ଗୁଳିବିନିମୟରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ଉସ୍ମାନ୍ ଧର୍ମ ପରିବର୍ତନ କରିଥିଲା । ବିଜୟରୁ ଉସ୍ମାନ ହେବା ପଛରେ କ’ଣ ରହିଛି କାରଣ, ତା’ର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଲକ୍ଷେ୍ନøର ଲ’ ଆଣ୍ଡ ଅର୍ଡର ଏଡିଜି ପ୍ରଶାନ୍ତ କୁମାର । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲାଲାପୁର ଅଞ୍ଚଳରେ ରହୁଥିବା ବିଜୟ ସାର୍ପ ଶୁଟର୍ ଥିଲା । କୁହାଯାଉଛି ଯେ ଅତୀକଙ୍କ ପୁଅ ହିଁ ବିଜୟ ଚୌଧୁରୀଙ୍କର ନାମ ପରିର୍ବତନ କରିଥିଲା । ତେବେ ଉସ୍ମାନଙ୍କ ପତ୍ନୀ ଧର୍ମ ପରିବର୍ତନ କଥାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଆମେ ହିନ୍ଦୁ । ଲୋକେ ଜବରଦସ୍ତି ତାଙ୍କ ସ୍ୱାମୀଙ୍କୁ ଉସ୍ମାନ ବୋଲି ସମ୍ବୋଧନ କରୁଛନ୍ତି । ଉସ୍ମାନଙ୍କ ପତ୍ନୀ ମଧ୍ୟ ଅତୀକଙ୍କୁ ଜାଣିନଥିବା କଥା କହିଛନ୍ତି ।

ପୂର୍ବରୁ ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅପରାଧିକୁ ଗତ ଫେବୃଆରୀ ୨୭ ତାରିଖରେ ପୋଲିସ ଏନକାଉଣ୍ଟର କରିଥିଲା । ଅର୍ଥାତ୍ ଏନକାଉଣ୍ଟରର ୮ ଦିନ ଭିତରେ ପୋଲିସ ଦ୍ୱିତୀୟ ଅଭିଯୁକ୍ତଙ୍କୁ ନିପାତ କରିଛି । ଆଗକୁ ମଧ୍ୟରେ ଏନକାଉଣ୍ଟର ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।