ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

74

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟସ ଜିିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ୧-୦ରେ ଆଗୁଆ ରହିଛି । ଭାରତକୁ ଏହି ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚାହିଁବ । ସେହିପରି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ ଜିତି ସିରିଜ ଆକ୍ତିଆର କରିବାକୁ ଚାହିଁବ ।

ଭାରତ-ଦକ୍ଷିଣ ଆଫ୍ରିକା ଗସ୍ତରେ ୩ଟିକିଆ ଦିନିକିଆ ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି । ଏବେ ଦକ୍ଷିଣ ଆଫ୍ରିକା ନଜରରେ ଦିନିକିଆ ସିରିଜ ରହିଛି । ସେହିପରି ଭାରତ ମଧ୍ୟ ଏବହି ସିରିଜରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକାଠୁ ବଦଲା ନେବାକୁ ଚେଷ୍ଟା କରିବ ।