ପଞ୍ଚାୟତ ନିର୍ବାଚନକୁ ନେଇ ଚର୍ଚ୍ଚାରେ କୋଟିଆ । ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଯାନୀ କଲେ ନାମାଙ୍କନ

106

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବାର ଶେଷ ତାରିଖ । କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାଥି ଓ ନେତାଙ୍କ ଭିଡ ଜମୁଛି । ଏସବୁ ଭିତରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ମମତା ଯାନୀ । ଆଜି ସେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ସର୍ବଦଳୀୟ ନେତା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପୋଡାଲ ।