ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭରୁ ଭାରତର ସଂଘର୍ଷ । ଫେଲ ମାରିଲା ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସିଂ

ଶତକରୁ ବଂଚିତ ରାହାଣେ

488

କନକ ବ୍ୟୁରୋ: ଟେଷ୍ଟ ଚାମ୍ପିଆନସିପ ଅଭିଯାନ ଆରମ୍ଭରୁ ସଂଘର୍ଷ କରିଛି ଭାରତ । ଆଂଟିଗୁଆରେ ଭାରତ-ଇଣ୍ଡିଜ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ଟପ ଅର୍ଡର ବ୍ୟାଟିଂ ଫେଲ ମାରିଛି । ଭାରତ ୬ ୱିକେଟରେ କରିଛି ୨୦୩ ରନ । ବର୍ଷା ଓ ଓଦା ପଡିଆ ପାଇଁ ମ୍ୟାଚ ଅଧଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଟସ ଜିଣି ଇଣ୍ଡିଜ ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ମାତ୍ର ଗୋଟିଏ ଓଭରରେ ମୟଙ୍କ ଅଗ୍ରୱାଲ ଓ ଚେତେଶ୍ୱର ପୂଜାରା ଫାଭିଲିୟନ ଫେରିଥିଲେ । ମଧ୍ୟାହ୍ନ ଭୋଜନ ବିରତି ଯାଏଁ ରାହୁଲ ଓ ରାହାଣେ ଘରୋଇ ଦଳକୁ ଆଉ କୌଣସି ସୁଯୋଗ ଦେଇନଥିଲେ ।

ଦ୍ୱିତୀୟ ଅଧିବେଶନରେ ଭାରତ ଶାନ୍ତରେ ଖେଳି କେବଳ ରାହୁଲଙ୍କ ଓି୍ୱକେଟ ହରାଇଥିଲା । ସ୍ପିନର ରସ୍ତନ ଚେଜ୍ ନିଜ ପ୍ରଥମ ଓଭରରେ ହିଁ ୱିକେଟ ପଛପଟେ ହୋପଙ୍କୁ ତୃତୀୟ କ୍ୟାଚ ନେବାର ସୁଯୋଗ ଦେଇଥିଲେ । ଚା ପାନ ବିରତି ପରେ ହନୁମା ବିହାରୀଙ୍କୁ କୋମାର ରୋଚ ତୃତୀୟ ଶିକାର କରିଥିଲେ । ସେହିଭଳି ଅଜିଙ୍କ୍ୟ ରାହାଣେଙ୍କୁ ସାନନ ଗ୍ରାବିଏଲ ବୋଲଡ କରିଥିଲେ । ରାହାଣେ ଶତକରୁ ବଂଚିତ ହୋଇଥିବାବେଳେ ଲୋକେଶ ରାହୁଲ ଅର୍ଧଶତକରୁ ବଂଚିତ ହୋଇଛନ୍ତି ।

image courtesy – www.cricketcountry.com

ଅନ୍ୟପଟେ, କିମ୍ବଦନ୍ତୀ କ୍ରିକେଟର ଭିଭିଆନ ରିଚାଡ୍ସଙ୍କ ପାଇଁ ଆଙ୍କର ବନିଲେ କ୍ୟାପଟେନ ବିରାଟ । ବିସିସିଆଇ ଟିଭି ପାଇଁ ଏହି ସାକ୍ଷାତକାରରେ ଭିଭିଆନଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ନିଜ ଅଭିଜ୍ଞତା ବାଂଟିଛନ୍ତି ବିରାଟ । ଏହି ସମୟରେ ବିରାଟଙ୍କ ମଧ୍ୟରେ ସେ ତାଙ୍କ ଭଳି ଜୋଶ ଦେଖୁଥିବା କହିଥିଲେ ଭିଭିଆନ । ଅପରପକ୍ଷରେ କ୍ରିକେଟର ବୀରେନ୍ଦ୍ର ସେହୱାଗ, ବିରାଟ କୋହଲୀଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚନା କରିଛନ୍ତି ।