ମହିଳା ହକି ଦଳର ବିଜୟ ପରେ ପୂର୍ବ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ପ୍ରତିକ୍ରିୟା : କହିଲେ, କେବେ ଦେଖିନଥିଲେ ମହିଳା ହକି ଦଳର ଏଭଳି ପ୍ରଦର୍ଶନ

260

କନକ ବ୍ୟୁରୋ : ଇତିହାସ ରଚିଲା ମହିଳା ହକି ଦଳ । ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ଟିମ୍ । ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲକୁ ଯାଇଛି । ଭାରତ ପକ୍ଷରୁ ଗୋଟିଏ ମାତ୍ର ଗୋଲ ଦେଇଥିଲେ ଗୁରଜୀତ କୌର । ୨୨ ମିନିଟରେ ପେନାଲ୍ଟି କର୍ଣ୍ଣରରେ ଗୋଲ ଦେଇଥିଲେ । ଏବେ ସେମିଫାଇନାଲରେ ଭାରତର ମୁକାବିଲା ଅଗଷ୍ଟ ୪ରେ ଆର୍ଜେଂଟିନା ସହ ହେବ ।

ମହିଳା ହକି ଦଳର ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ଅଧିନାୟକ ଦିଲ୍ଲୀପ ତିର୍କୀ ।  ସେ କହିଛନ୍ତି, ଆଜିର ମ୍ୟାଚରେ ବହୁତ ଆଗ୍ରେସିଭ ହୋଇ ଖେଳିଛି ମହିଳା ଟିମ୍ । ପଡିଆରେ ମହିଳା ହକି ଦଳର ଏଭଳି ପ୍ରଦର୍ଶନ କେବେ ଦେଖିନଥିଲି । ଆଜି ମ୍ୟାଚରେ ମହିଳା ହକି ଦଳର ପ୍ରଦର୍ଶନ ବହୁତ ଭଲ ଥିଲା । ଏକାଧିକ ମେଡାଲ ଜିତିଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରିଛି ଦଳ । ଉଭୟ ମହିଳା ଓ ପୁରୁଷ ହକିର ପଦର୍ଶନ ଯୁବପିଢିଙ୍କୁ ଉତ୍ସାହ କରିବ । ସେମି ଫାଇନାଲରେ ମଧ୍ୟ ଉଭୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ।