ଭାରତୀୟ ମହିଳା ହକି ଦଳକୁ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ : କହିଲେ, ଆଗକୁ ଅପେକ୍ଷା କରୁଛି ଗୌରବ

114

କନକ ବ୍ୟୁରୋ : ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଟିମରେ ଏହା ଜବରଦସ୍ତ ବିଜୟ ବୋଲି କହିଛନ୍ତି । ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ପି. ଭି. ସିନ୍ଧୁ ନୁହଁ, ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଧ୍ୟ ଐତିହାସିକ ପ୍ରଦର୍ଶନ ଦେଖାଇଛନ୍ତି । ଅଗଷ୍ଟ ଆରମ୍ଭରୁ ଦେଶ ଅମୃତ ମହୋତ୍ସବ ଆରମ୍ଭ କରିଛି । ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଶିଖରକୁ ନେବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।