ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦। ମ୍ୟାଚ ଜିତିଲେ ପନ୍ତଙ୍କ ଅଧିନାୟକତ୍ୱରେ ପ୍ରଥମ ସିରିଜ ଜିତିବ ଭାରତ।

240

କନକ ବ୍ୟୁରୋ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ । ପାଞ୍ଚଟିକିଆ ଶୃଙ୍ଖଳାରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବରସ୍ଥିତିରେ ରହିଛନ୍ତି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍କୁ ଯିଏ ଜିତିବ, ସିଏ ସିରିଜ ବିଜୟୀ ହେବ । ତେଣୁ ଏହି ଶେଷ ମ୍ୟାଚ ଉଭୟ ଘରୋଇ ଏବଂ ଭ୍ରମଣକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଦିଲ୍ଲୀ ଓ କଟକରେ ଟିମ୍ ଇଣ୍ଡିଆ ହାରିବା ପରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିଛି । ଉଭୟ ବିଶାଖାପାଟଣା ଏବଂ ରାଜକୋଟରେ ଦଳ ବିଜୟ ହାସଲ କରିଛି । ଫଳରେ ଲଗାତାର ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ସକ୍ଷମ ହୋଇଥିଲା । ଉଭୟ ମ୍ୟାଚରେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆତ୍ମବିଶ୍ୱାସ ଭରା ବିଜୟ ହାସଲ କରିଥିଲା । ଏଣୁ ବେଙ୍ଗାଲୁରୁରେ ମଧ୍ୟ ସେହିଧାରା ବଜାୟ ରଖିବ ବୋଲି ସମର୍ଥକ ଦୃଢ଼ ଆଶା ରଖିଛନ୍ତି ।