ୟୁଏନଏସସି ବୈଠକରେ ପାକିସ୍ତାନ ଓ ଚୀନର ମୁଖା ଖୋଲିଲା ଭାରତ । ୨୬/୧୧ ଆତଙ୍କୀ ଆକ୍ରମଣରେ ପାକିସ୍ତାନ ଲିଙ୍କର ପ୍ରମାଣ ଦେଲା ଦେଶ ।

97

କନକ ବ୍ୟୁରୋ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦୁଇ ଦିନିଆର ଆତଙ୍କବାଦ ନିରୋଧୀ ସମ୍ମିଳନୀରେ ପାକିସ୍ତାନ ଓ ଚୀନର ମୁଖା ଖୋଲିଛି ଭାରତ । ଆତଙ୍କବାଦୀଙ୍କ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ପାକିସ୍ତାନ ଏବଂ ଚୀନ ଯେଉଁଭଳି ଭାବରେ ସମର୍ଥନ କରୁଛନ୍ତି ତାକୁ ନେଇ ବର୍ଷିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ମନେ ପକାଇ ଜୟଶଙ୍କର କହିଛନ୍ତି ଏହି ଘଟଣାକୁ ଭାରତ କେବେ ବି ଭୁଲିବ ନାହିଁ । ଘଟଣା ପଛର ମାଷ୍ଟରମାଇଣ୍ଡ ସାଜିଦ ମୀରର ସେହି ଅଡିଓ କ୍ଲିପକୁ ମଧ୍ୟ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି ଯେଉଁଥିରେ ପାକିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡ ଓ ସାଜିଦ ମୀର ମଧ୍ୟରେ ଆକ୍ରମଣକୁ ନେଇ ହୋଇଥିବା କଥାବାର୍ତା ଏହି ଅଡିଓ କ୍ଲିପରେ ଶୁଣିବାକୁ ମିଳିଛି ।

ପରୋକ୍ଷରେ ଚୀନକୁ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି ଆତଙ୍କବାଦୀଙ୍କୁ ଶାସ୍ତି ଦେବାକୁ ସବୁପ୍ରକାର ଯତ୍ନ କରାଯାଉଛି କିନ୍ତୁ କିଛି ରାଷ୍ଟ୍ର ଆତଙ୍କବାଦୀଙ୍କୁ ସମର୍ଥନ କରି ଏହା ଉପରେ ପ୍ରତିବନ୍ଧକ ଆଣୁଛନ୍ତି । ଚୀନର ଏଭଳି ଦୋମୁହାଁ ନୀତି ସମ୍ବନ୍ଧରେ ସାରା ଦୁନିଆ ଜାଣିସାରିଛି । ଅନ୍ୟପଟେ ପାକିସ୍ତାନକୁ ମଧ୍ୟ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି କି ଆତଙ୍କବାଦକୁ ସୁରକ୍ଷା ଓ ଆଶ୍ରୟ ଦେଉଥିବା ପାକିସ୍ତାନର ସତ ସମସ୍ତଙ୍କ ସାମ୍ନାକୁ ଆସି ସାରିଛି । ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦକୁ ନେଇ ପାକିସ୍ତାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିନି ସେପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ ନାହିଁ । ଆତଙ୍କବାଦକୁ ରୋକିବା ପାଇଁ ଜୟଶଙ୍କର ୫ଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଟେରର ଫଣ୍ଡିକୁ ରୋକିବା, ମିଳିତ ଜାତିସଂଘର ପଦକ୍ଷେପ ଗୁଡିକ ପ୍ରଭାବୀ ଓ ବିନା କୌଣସି ଚାପଗ୍ରସ୍ତରେ ନେବା ଉଚିତ । ଆତଙ୍କବାଦୀଙ୍କୁ ଆଶ୍ରୟ, ତାଲିମ ଶିବିର, ସେମାନଙ୍କ ଫଣ୍ଡି, ସମର୍ଥନକୁ ଶେଷ କରିବାକୁ ହେବ । ଆତଙ୍କବାଦୀଙ୍କୁ ହତିଆର ଯୋଗାଣ ବନ୍ଦ କରିବା ଆବଶ୍ୟକ । ୟୁଏନଏସସି ଆତଙ୍କବାଦ ବିରୋଧୀ କମିଟିର ମିଳିତ ଭାବେ ଆତଙ୍କବାଦ ବିରୋଧୀ ଅଭିଯାନକୁ ସବୁ ସମୟର ସଫଳ କରିବ । ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମିଳିତ ରାଷ୍ଟ୍ର ସୁରକ୍ଷା ପରିଷଦ ସମ୍ମିଳନୀ । ଦୁଇ ଦିନ ଧରି ମୁମ୍ବାଇରେ ଏହି ସମ୍ମିଳନୀ ଚାଲିବ । ଆତଙ୍କବାଦ ବିରୋଧୀ ଏହି ସ୍ୱତନ୍ତ୍ର ବୈଠରେ ମିଳିତ ଜାତିସଂଘର ମୁଖ୍ୟ ଆଂଟୋନିଓ ଗୁଟରେସଙ୍କ ସମେତ ବିଭିନ୍ନ ଦେଶ ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି ।