ବିଦେଶୀ ନେତାଙ୍କୁ ମୋଦିଙ୍କ ଦେଶୀ ଉପହାର । ସାଞ୍ଝି କଳାଠୁ ରେଗନ ଚିତ୍ରକଳା । କାହାକୁ ମିଳିଛି କଣ ପଢନ୍ତୁ…

129

କନକ ବ୍ୟୁରୋ : ଟୋକିଓରେ କ୍ୱାର୍ଡ ଦେଶର ବୈଠକ ଶେଷ ହୋଇଛି । ବୈଠକରେ ଆମେରିକା, ଜାପାନ, ଭାରତ, ଅଷ୍ଟ୍ରେଲିଆର ମୁଖ୍ୟ ଯୋଗଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଜାପାନ ଓ ଆମେରିକା ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବର୍ତ୍ତମାନ ମୋଦି ଦେଇଥିବା ଉପହାରକୁ ନେଇ ଚର୍ଚ୍ଚା ବଢିଛି । ବିଦେଶୀ ନେତାଙ୍କୁ ମୋଦିଙ୍କ ଦେଶୀ ଉପହାର ନେଇ ଚର୍ଚ୍ଚା ହେଉଛି । ଜୋ ବାଇଡେନ ଏବଂ ଫୁମିଓ କାଶିଦାଙ୍କୁ ମୋଦି ସାଞ୍ଝି କଳାଠୁ ନେଇ ରୈଗନ କଳାକୃତି ପ୍ରଦାନ କରିଛନ୍ତି । ସେହିଭଳି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବାନୀଙ୍କୁ ଗୋଣ୍ଡର ଚିତ୍ରକଳା ପ୍ରଦାନ କରିଛନ୍ତି ମୋଦି । ଭାରତର ସମୃଦ୍ଧ କଳାତ୍ତିର ଝଲକ ଏହି ଉପହାରରେ ଦେଖିବାକୁ ମିଳିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାଞ୍ଝି କଳା ଉପହାର
ସାଞ୍ଝି କଳା: ମଥୁରା, ଉତ୍ତରପ୍ରଦେଶ
ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାଞ୍ଝି କଳା ଉପହାର । ସାଞ୍ଝି, କାଗଜରେ ହାତରେ ତିଆରି କଳାକୃତି । ଉତ୍ତରପ୍ରଦେଶର ମଥୁରାରେ ଏହି କଳାକୃତ୍ତି ଦେଖିବାକୁ ମିଳିଥାଏ । ଏଥିରେ ଭଗବାନ କୃଷ୍ଣଙ୍କ ବିଭିନ୍ନ ରୂପର କାହାଣୀକୁ ରୂପାଙ୍କନ କରାଯାଇଥାଏ । ଏହାକୁ କାଚ କିମ୍ବା ବ୍ଲେଡରେ କାଟି ତିଆରି କରାଯାଇଥାଏ । ସାଞ୍ଝିକୁ ସବୁବେଳ କାଗଜର ପତଳା ଚାଦର ସହ ରଖାଯାଇଥାଏ ।


ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କାଶିଦାଙ୍କୁ ରେଗନ ପେଣ୍ଟିଂ, ହାତତିଆରି ବାକ୍ସ
ରେଗନ ପେଣ୍ଟିଂ : ଗୁଜରାଟ
ସେହିଭଳି ଜାପାନ ପ୍ରଧାନମନ୍ତ୍ରୀଙ୍କୁ ରେଗନ ପେଣ୍ଟିଂ, ହାତତିଆରି ବାକ୍ସ ପ୍ରଦାନ କରିଛନ୍ତି ମୋଦି । ଏହି କଳାକୃତ୍ତି ଦୁଇଟି ଅଲଗା ଅଲଗା କଳାର ସଂଯୋଜନାରେ ତିଆରି । ଗୋଟିଏ ରେଗନ ପେଣ୍ଟିଂ ହୋଇଥିବା ବେଳେ ଅନ୍ୟଟି ହାତତିଆରି ବାକ୍ସର କଳାକୃତି । ରେଗନ ପେଣ୍ଟିଂ ଗୁଜରାଟର କଚ୍ଛ ଜିଲ୍ଲାରେ ପ୍ରଚଳିତ କପଡାରେ ଛପା ହୋଇଥିବା କଳାକୃତି । ଏହି ଶିଳ୍ପରେ ଫୁଟାହୋଇଥିବା ତେଲ ଏବଂ ବନସ୍ଫତି ରଙ୍ଗରେ ତିଆରି ପେଣ୍ଟିଂକୁ ବ୍ୟବହାର କରି ଚିତ୍ର କରାଯାଇଛି । କପଡାରେ ଏହି ଚିତ୍ରକଳା କରାଯାଇଥାଏ । ବିଂଶ ଶତାବ୍ଦୀରେ ଏହି କଳା ସମାପ୍ତ ହେବାକୁ ଯାଉଥିବା ବେଳେ କେବଳ ଗୋଟିଏ ପରିବାର ଦ୍ୱାରା ରେଗନ କଳା ଜାରିରହିଛି । ରେଗନ ଶବ୍ଦର ଅର୍ଥ ଫରାସୀ ଭାଷାରୁ ଆସିଛି । ଏହାର ଅର୍ଥ ଭାର୍ନିସ ବା ତେଲ । ରେଗନ କଲାକୃତି ତିଆରି ପ୍ରକ୍ରିୟା ବହୁତ ଶ୍ରମ ଲାଗିଥାଏ ।


ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବାନୀଙ୍କୁ ଗୋଣ୍ଡର ଚିତ୍ରକଳା
ସୁନାର ଚିତ୍ରକଳା: ମଧ୍ୟପ୍ରଦେଶ
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବାନୀଙ୍କୁ ଗୋଣ୍ଡର ଚିତ୍ରକଳା ପ୍ରଦାନ କରିଛନ୍ତି ମୋଦି । ଗୋଣ୍ଡର ଚିତ୍ରକଳା ସବୁଠାରୁ ପ୍ରଶଂସିତ ଆଦିବାସୀ ଚିତ୍ରକଳା । ଗୋଣ୍ଡ ଶବ୍ଦର କୋଣ୍ଡ ଶବ୍ଦରୁ ସୃଷ୍ଟି ହୋଇଛି । ଏହାର ଅର୍ଥ ହଳଦିଆ ପାହାଡ ।
ବିନ୍ଦୁ ଏବଂ ଧାଡି ଦ୍ୱାରା ଏହି ଚିତ୍ର ତିଆରି କରାଯାଇଛି । ଗୋଣ୍ଡ କବାଟ କିମ୍ବା ଦୁଆରବନ୍ଧରେ କରାଯାଉଥିବା ଚିତ୍ର କଳାର ଗୋଟିଏ ଅଂଶ । ଏହା ସ୍ଥାନୀୟ ଭାବେ ଉପଲବ୍ଧ ପ୍ରାକୃତିକ ରଙ୍ଗ ଏବଂ ସାମଗ୍ରୀରେ ତିଆରି ହୋଇଥାଏ । କାଠ, କୋଇଲା ସହ ପ୍ରତ୍ୟେକ ଘର ନିର୍ମାଣ ଓ ପୁନଃନିର୍ମାଣବେଳେ ଏହାକୁ କରାଯାଇଥାଏ । ମାଟି, ଗଛର ରସ, ପତ୍ର, ଗାଇର ଗୋବର, ଚୂନ ପଥରର ଗୁଣ୍ଡରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଗୋଣ୍ଡ କଳା ଅଷ୍ଟ୍ରେଲିଆର ଆଦିବାସୀ କଳା ସହ ସାମଞ୍ଜସ୍ୟ ରହିଛି । ଆଦିବାସୀମାନେ ନିଜ କାହାଣୀରେ ଯେଉଁଭିଳି ଗୋଣ୍ଡ କଳା ବାବଦରେ କହିଥାନ୍ତି ।