ପୋଲିସ ହେପାଜତରେ ଅଭିଯୁକ୍ତ । ପଚରାଉଚରା ଜାରିରହିଛି : ପୁରୀ ଏସପି ।

182

କନକ ବ୍ୟୁରୋ: ପୁରୀ ଗୁଳିମାଡରେ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିଶାଲ ସିଂହ । ମୃତକଙ୍କର ପରିଚୟ ମିଳିଥିବା ବେଳେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିଥିବା ସେ ସୂଚନା ଦେଇଛନ୍ତି । ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରାଯାଉଛି । ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକ ମଧ୍ୟ ପୋଲିସ ଜବତ କରିସାରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ।

ସେପଟେ ପୋଲିସ ଘଟଣାର ପୂରା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି । ପ୍ରାଥମିକ ସ୍ତରରେ ଘଟଣା ଥିବାରୁ ତଦନ୍ତ ପ୍ରକ୍ରିୟା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।