୨୦୨୪ରେ ନିର୍ବାଚନ ଲଢ଼ିବେ କି ସିଦ୍ଧାନ୍ତ ମହାପାତ୍ର? କନକ ନ୍ୟୁଜକୁ କହିଲେ, ସୁଯୋଗ ମିଳିଲେ, ନିଶ୍ଚୟ ଲଢ଼ିବି

128

କନକ ବ୍ୟୁରୋ: ୨୦୨୪ରେ ନିର୍ବାଚନ ଲଢ଼ିବେ କି ସିଦ୍ଧାନ୍ତ ମହାପାତ୍ର । କିଛି ମାସ ପୂର୍ବରୁ ଗୋପାଳପୁରରେ ସକ୍ରିୟ ଥିବା ଓଲିଉଡର ଏହି ଷ୍ଟାର ଅଭିନେତା ପୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି, ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢ଼ିଛି । ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ୨୦୧୯ରେ ଟିକେଟ୍ ମିଳିନଥିଲା । କିନ୍ତୁ ୨୦୨୪ରେ ଦଳର ମୁଖିଆ ସୁଯୋଗ ଦେଲେ ନିହାତି ଲଢ଼ିବି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ।