ନୂଆ ମାଲିକଙ୍କ ମନମାନୀରେ ଅସ୍ତବ୍ୟସ୍ତ ଟ୍ୱିଟର କର୍ମଚାରୀ । କମ୍ପାନୀ ଆରମ୍ଭ କଲା ଛଟେଇ ପ୍ରକ୍ରିୟା

355

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆସୁ ଆସୁ କମ୍ପାନୀରେ ବଡ ଧରଣର ହଲଚଲ ସୃଷ୍ଟି ହୋଇଛି । କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଃଖର ଦିନ ଆସିଛି । କର୍ମଚାରୀଙ୍କ ଇସ୍ତଫାଠୁ ନେଇ କାର୍ଯ୍ୟନୀତିରେ ବଡଧରଣ ପରିବର୍ତନ ଭିତରେ ଅସ୍ତବ୍ୟସ୍ତ ହୋଇପଡିଛି ପୂରା ଟ୍ୱିଟର । ଏହା ଭିତରେ କମ୍ପାନୀରୁ ଛଟେଇ ପ୍ରକିୟା ଆରମ୍ଭ ହୋଇଥିବା କୁହାଯାଉଛି । ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେମାନଙ୍କ ନିକଟକୁ ମେଲ ପଠାଇଛି କମ୍ପାନୀ ଆଉ କହିଛି ଆପ ମାନେ ଯଦି ଅଫିସ ଆସୁଛନ୍ତି ତେବେ ଫେରି ଯାଅନ୍ତୁ । ଏଥିସହ କୁହାଯାଇଛି କି ଯେଉଁମାନଙ୍କ ଚାକିରି ସୁରକ୍ଷିତ ସେମାନଙ୍କୁ ଅଫିସ ମେଲ ଆଇଡିରେ ସୂଚନା ଦିଆଯିବ ଓ ଯେଉଁମାନଙ୍କୁ ଛଟେଇ କରାଯାଇଛି ସେମାନଙ୍କୁ ପର୍ସନାଲ ମେଲରେ ସୂଚାଇ ଦିଆଯିବ ।

ଏହି ଘଟଣା ପରେ ଟ୍ୱିଟର କର୍ମଚାରୀଙ୍କ ମଧ୍ୟରେ ଭାଲେଣି ପଡିଛି । ଅକ୍ଟୋବର ୨୭ରେ ଟ୍ୱିଟର ମାଲିକ ହେବା ପରେ ଏଲନ ମସ୍କ ସଙ୍ଗେ ସଙ୍ଗେ କମ୍ପାନୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚାକିରିରୁ ବାହାର କରିଥିଲେ । ଏହା ପରେ କିଛି କର୍ମଚାରୀ ନିଜ ତରଫରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ କିଛି ନିଦ୍ଧିଷ୍ଟ କର୍ମଚାରୀଙ୍କ ପାଇଁ ୭ଦିନ ଓ ୧୨ଘଂଟା କାମ କରିବାକୁ ମସ୍କ ନିର୍ଦ୍ଦେଶ ଦେବା ପରେ ଅଧିକାଂଶ ଏବେ ଅଫିସରେ ରହୁଥିବା ଜଣାପଡିଛି । ଟ୍ୱିଟର କିଣିବା ପାଇଁ ଏଲନ ମସ୍କ ୪୪ ବିଲିୟନ ଡଲାର ଚୁକ୍ତି କରିଥିଲେ । କୁହାଯାଉଛି କି ସେ ମୋଟା ଅର୍ଥର ଟଙ୍କା ଆଦାୟ ପାଇଁ କମ୍ପାନୀ ବଡ ଧରଣର ଛଟେଇ କରୁଛି । ଯାହାଦ୍ୱାର କମ୍ପାନୀ ଲାଭବାନ ହୋଇପାରେ ।