ମହାରାଷ୍ଟ୍ରର ଗଢଚିରୌଲୀଠାରେ ନକ୍ସଲଙ୍କ ଆଇଇଡି ବ୍ଲାଷ୍ଟ୍ ! ୧୫ କମାଣ୍ଡୋ ସହିଦ୍ ।  

710

ମହାରାଷ୍ଟ୍ରର ଗଢଚିରୌଲୀଠାରେ ନକ୍ସଲମାନେ ଆଇଇଡି ବ୍ଲାଷ୍ଟ୍ କରିଛନ୍ତି । ଯେଉଁଥିରେ ୧୫ ଜଣ ସୁରକ୍ଷାକର୍ମୀ ସହିଦ୍ ହୋଇ ଯାଇଛନ୍ତି । ନକ୍ସଲମାନେ ସି୬୦ କମାଣ୍ଡୋ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ସି୬୦ କମାଣ୍ଡୋର ଟିମ୍ ଉପରେ ନକ୍ସଲମାନେ ଏହି ଆକ୍ରମଣ କୁରଖେଡା-କୋରଚୀ ରୋଡ୍ ପାଖରେ କରିଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଫାୟାରିଙ୍ଗ୍ ଚାଲୁ ରହିଛି । ପ୍ରଥମେ ୧୦ ଜଣ କମାଣ୍ଡୋ ଆହତ ହେବାର ଖବର ଆସିଥିଲେ ହେଁ ବର୍ତ୍ତମାନ ୧୫ ଜଣ ଯବାନ୍ ସହିଦ୍ ହୋଇଯାଇଛନ୍ତିି । ତେବେ ୧୬ ଜଣିଆ ସୁରକ୍ଷାକର୍ମୀଙ୍କ ଟିମ୍ ଯାଉଥିବା ବାହନକୁ ନକ୍ସଲ ଟାର୍ଗେଟ୍ କରିଥିଲେ ।

ବିଗତ ୨ ବର୍ଷ ପରେ ସି୬୦ କମାଣ୍ଡୋ ଟିମଙ୍କ ଉପରେ ଏଭଳି ନକ୍ସଲମାନେ ଆକ୍ରମଣ କରିଛନ୍ତି । ଏହାପୂର୍ବରୁ ଗତବର୍ଷ ଏପ୍ରିଲ୍ ମାସରେ ଗଢଚିରୌଲୀଠାରେ ଏକ ବଡ ଏନକାଉଣ୍ଟରରେ ସୁରକ୍ଷାବଳ ୪୦ ଜଣ ନକ୍ସଲଙ୍କୁ ମାରି ଗଡାଇଥିଲେ । ତେବେ ଗତଥର ଠାରୁ ଏହି ଆକ୍ରମଣକୁ ବଡ କୁହାଯାଉଛି ।