ଯୁବତୀ ପିନ୍ଧିଥିବା ଛୋଟ ଡ୍ରେସକୁ ଦେଖି ବିଗିଡିଲେ ମହିଳା ! ଯୁବକମାନଙ୍କୁ କହିଲେ , ଏହି ଝିଅକୁ ଦୁଷ୍କର୍ମ କରିବା ଦରକାର । ଦେଖନ୍ତୁ ଭିଡିଓ  

6,533

ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ ଜଣେ ଅର୍ଦ୍ଧବୟସ୍କ ମହିଳା ୭ ଜଣ ଯୁବକଙ୍କ ସାମ୍ନାରେ କହିଲେ ଯେ ସାମ୍ନାରେ ଯେଉଁ ଝିଅମାନେ ଛୋଟ ଡ୍ରେସ୍ ପିନ୍ଧି ବସିଛନ୍ତି ସେମାନଙ୍କ ସହ ଦୁଷ୍କର୍ମ ହେବା ଉଚିତ୍ । ଛୋଟ ଡ୍ରେସ୍ ପିନ୍ଧି ଝିଅମାନେ ପୁଅମାନଙ୍କୁ ଦୁଷ୍କର୍ମ କରିବା ପାଇଁ ପ୍ରେରିତ କରୁଛନ୍ତି । ଶିବାନୀ ଗୁପ୍ତା ନାମକ ଜଣେ ଯୁବତୀ ସୋସିଆଲ୍ ମିଡିଆରେ ଏହି ମହିଳାଙ୍କ ଭିଡିଓ ସେୟାର୍ କରି କହିଛନ୍ତି – ଯେତେବେଳେ ଆମେ ଉକ୍ତ ମହିଳାଙ୍କୁ ଏଭଳି ଶବ୍ଦ ପ୍ରୟୋଗ କରିବା କାରଣରୁ କ୍ଷମା ପ୍ରାର୍ଥନା କରିବାକୁ କହିଲୁ । ସେ ସିଧାସଳଖ ଏଥିପାଇଁ ଆମକୁ ମନା କରିଦେଲେ । ସେ ପୋଲିସ୍ କୁ ଡାକିବା କଥା ମଧ୍ୟ କହି ସେଠାରୁ ଚାଲିଗଲେ ।

ଏହି ମାମଲାରେ କୌଣସି ପୋଲିସ୍ କେସ୍ ହୋଇନଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ମହିଳାଙ୍କ ଭିଡିଓ ଭାଇରାଲ୍ ହୋଇସାରିଛି । ଶିବାନୀ ଭିଡିଓ ସେୟାର୍ କରି ଲେଖିଛନ୍ତି ଆଜି ମୋତେ ଏବଂ ମୋ ସାଙ୍ଗମାନଙ୍କୁ ଛୋଟ ଡ୍ରେସ୍ ପିନ୍ଧିବା ନେଇ ଏହି ମହିଳା ପ୍ରତାଡିତ କରିଛନ୍ତି । ଭିଡିଓରେ ଦେଖାଯାଉଥିବା ଏହି ମହିଳା ରେଷ୍ଟୁରାଣ୍ଟରେ ୭ ଜଣ ଲୋକଙ୍କୁ ଆମମାନଙ୍କୁ ଦୁଷ୍କର୍ମ କରିବା ପାଇଁ ଉସୁକାଉଥିଲେ । ଆମେ ଉକ୍ତ ମହିଳାଙ୍କୁ ଏକ ସପିଙ୍ଗ୍ ମଲରେ ଉକ୍ତ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିବାକୁ କହିଲୁ କିନ୍ତୁ ମହିଳା ଜଣକ ପ୍ରୟୋଗ କରିଥିବା ଶବ୍ଦ ଉପରେ କ୍ଷମା ମାଗିବା ବଦଳରେ ଭୁଲ୍ ନଥିବା କଥା କହି ଆମ ସହ ଯୁକ୍ତି କରିଥିଲେ । ୨୦ ଘଣ୍ଟା ପୂର୍ବରୁ ଏହି ଭିଡିଓଟିକୁ ସେୟାର୍ କରାଯାଇଛି ।